ନିରପେକ୍ଷ ନିର୍ବାଚନ ପାଇଁ ସଚେତନତା ଆବଶ୍ୟକ

 ପୁରୀ : ଆସୁଛି ଗଣତନ୍ତ୍ରର ମହାପର୍ବ ନିର୍ବାଚନ । ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ଦ୍ୱାରା ଗଣତନ୍ତ୍ର ମଜବୁତ୍ ହେବା ସହ ଦେଶବସୀଙ୍କ ସର୍ବାଙ୍ଗୀନ ବିକାଶ ସମ୍ଭ । ସରକାର ମଧ୍ୟ ଏହି ଦିଗରେ ଅନେକ ଚେଷ୍ଟା କରୁଛନ୍ତି । ନିର୍ବାଚନ ଆଚରଣ ବିଧି ଧାର୍ଯ୍ୟ ହୋଇଥିଲେ ମଧ୍ୟ ସ୍ୱଳ୍ପ ସଂଖ୍ୟକ ସରକାରୀ କର୍ମଚାରୀ ହେତୁ ନିର୍ବାଚନ ଆଚରଣ ନିୟମ ଉଲ୍ଲଂଘନ ଉପରେ କାବୁ ପାଇବା ସହଜ ନୁହେଁ । ଏଣୁ ଉପଯୁକ୍ତ ଢଙ୍ଗରେ ନିର୍ବାଚନ ପରିଚାଳନା କ୍ଷେତ୍ରରେ ପ୍ରତ୍ୟେକ ନାଗରିକଙ୍କର ମଧ୍ୟ ସହଯୋଗ ନିତାନ୍ତ ଆବଶ୍ୟକ । ଏହି ପରିପ୍ରେକ୍ଷୀରେ ଆସୋସିଏସନ ଅଫ ଟ୍ୱିଟର ଆକ୍ଟିଭିଷ୍ଟ ପକ୍ଷରୁ ପୁରୀ ବଳଗଣ୍ଡି ସ୍ଥିତ ଭକ୍ତ ସାଲବେଗ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଅନୁଷ୍ଠାନର ସଭାପତି ବିସ୍ମୟ ମିଶ୍ରଙ୍କ ସମେତ ଦୀପକ ପ୍ରଧାନ, ମାନସ ରଥ, ପାପିୟା ବାନାର୍ଜୀ ପ୍ରମୁଖ ଯୋଗ ଦେଇ ଚଳିତ ବର୍ଷ ନିର୍ବାଚନ କିପରି ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳିତ ହୋଇପାରିବ ଏ ଦିଗରେ ସଚେତନ କରିଥିଲେ । ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରସ୍ତୁତ ‘ସି ଭିଜିଲ’ ଆପ୍ ଜାହାକି ନିର୍ବାଚନୀ ଗତିବିଧି ତଥା ଆଚରଣବିଧି ଉଲ୍ଲଂଘନ ଉପରେ ଲକ୍ଷ୍ୟ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହାକୁ କିପରି ବ୍ୟବହାର କରାଯିବ ସେ ସଂପର୍କରେ ବୁଝାଇଥିଲେ ।