ଅବ୍ୟବସ୍ଥା ଭିତରେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସରକାର ଆଣିଛନ୍ତି ଅନେକ ଯୋଜନା । ପଞ୍ଚାୟତସ୍ତରରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ମାତ୍ର ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ପୂର୍ଣ୍ଣ ଅବ୍ୟବସ୍ଥା ଭିତରେ । ଏଠି ରୋଗରୁ ଉପଶମ ପାଇବାକୁ ଆସୁଥିବା ରୋଗୀ ବାସ୍ତବରେ ବା ପରୋକ୍ଷରେ କେତେ ରୋଗ କିଣୁଛି ତାହା ଆପଣ ଜାଣିଲେ ନିହାତି ଭାବେ ଆଶ୍ଚର୍ଯ୍ୟ ହେବେ । ଏ କଥା ଆମେ କହୁନୁ କହୁଛି କ୍ୟାମେରା, ଆଉ ଯାହା କୟଦ ହୋଇଛି ତାହା ସ୍ପଷ୍ଟ ଜଣାପଡୁଛି । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି, ଇଣ୍ଡୋର ୱାର୍ଡ ଭିତରେ ରୋଗୀ ଙ୍କ ପାଇଁ ଥିବା ପାନୀୟ ଜଳ ଫ୍ରିଜରର ଅବସ୍ଥା ଦେଖିଲେ ଜଣେ ସୁସ୍ଥ ରୋଗୀ ବି ଅସୁସ୍ଥ ହୋଇଯିବ । ପାନ ଛେପରେ ସମ୍ପୂର୍ଣ୍ଣ ଆସ୍ଥରଣ ଜମିଛି, ପିଇବା ପାଇଁ ଗୋଟେ ପ୍ଲାଷ୍ଟିକ ଗ୍ଲାସ, ଗୋଟେ ପଟେ ସରକାର ପ୍ଲାଷ୍ଟିକ ମୁକ୍ତ ପାଇଁ ପରାମର୍ଶ ଦେଉଛନ୍ତି ଅନ୍ୟ ପଟେ ଯେଉଁ ପ୍ଲାଷ୍ଟିକ ଗ୍ଲାସ ରହିଛି ତାହା ବି ସମ୍ପୂର୍ଣ୍ଣ ଅପରିଷ୍କାର । କେବଳ ସେତିକି ନୁହେଁ ନୋଭେଲାଇଜର ଟେବୁଲ ନିକଟରେ ରୋଗୀ ଓ ରୋଗୀଙ୍କ ଲୋକଙ୍କ ପାଇଁ ବସିବାକୁ ବ୍ୟବସ୍ଥା ହୋଇଛି ସତ ମାତ୍ର ସେହି ସ୍ଥାନ ରୋଗୀଙ୍କ ପାଇଁ ବ୍ୟବହୃତ ହେଉଥିବା ତୁଳା ଫିଙ୍ଗା ଯାଇଛି । ଡାକ୍ତର ବି କେହି ନାହାନ୍ତି । ଯଦି ସରକାର କାୟାକଳ୍ପ ହେଉ କି ଅନ୍ୟ କୌଣସି ପ୍ରକଳ୍ପରେ ଅର୍ଥ ମଞ୍ଜୁର କରୁଛନ୍ତି ତାହେଲେ ଏହି ଅର୍ଥ କେଉଁଠି ଆଉ କାହା ଉଦେ୍ଧଶ୍ୟରେ ଖର୍ଚ୍ଚ ହେଉଛି ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏହିପରି ରାତ୍ର ସମୟରେ ଜଣେ କୀଡୀନି ଅସୁସ୍ଥ ରୋଗୀଙ୍କ ଅକ୍ସିଜେନ୍‌ର ଆବଶ୍ୟକତା ହୋଇଥିଲା । ତାଙ୍କ ଘର ଲୋକ ଅଟୋରେ ହସ୍ପିଟାଲ ଆଣିଲେ ସତ ମାତ୍ର ରୋଗୀ ଜଣେ ସମ୍ପୂର୍ଣ୍ଣ ପକ୍ଷାଘାତ ହୋଇଥିବାରୁ ସେ ହସ୍ପିଟାଲ ୱାର୍ଡ ଭିତରକୁ ଯିବା ପାଇଁ ଅପେକ୍ଷା କରି ବସିଥିଲେ ମଧ୍ୟ କୌଣସି କର୍ମଚାରୀ ଆସିନଥିଲେ । ଡାକ୍ତର ସେଇଠି ଉପସ୍ଥିତ ଅଛନ୍ତି, ହ୍ୱୀଲ୍‌ ଚେୟାର ଅଛି ମାତ୍ର ରୋଗୀକୁ ନେବା ପାଇଁ ନାହାନ୍ତି କର୍ମଚାରୀ । ଶେଷରେ ଉପସ୍ଥିତ ତାଙ୍କ ଘର ଲୋକ ରୋଗୀଙ୍କୁ ଉଠାଇ ଖଟିଆରେ ଶୁଆଇଥିଲେ । ଥରେ ଚିନ୍ତା କରନ୍ତୁ ଯଦି ସେହି ସମୟ ରୋଗୀ ଜଣକ ପଡିଯାଇଥାନ୍ତେ ତାହେଲେ ସେଥିପାଇଁ ଦାୟୀ କିଏ ହୋଇଥାନ୍ତା । ବିଭିନ୍ନ ମହଲରୁ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଦୂଷିତ ପରିବେଶ ଆଉ ଅବ୍ୟବସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ନେଇ ରାଜ୍ୟ ସରକାର ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଦାବି କରାଯାଇଛି ।