ହାତୀ ପାଇଁ ଗେଟ୍ ସମ୍ମୁଖରେ ହୋହାଲ୍ଲା

 ବାରଙ୍ଗ : ହାତୀ ଉତ୍ପାତକୁ ନେଇ ଡେରାସ ଡ୍ୟାମଗେଟ ସମୁଖରେ ଉତେଜନା ଦେଖାଦେଇଛି । ବୁଧବାର ରାତିରେ ଚନ୍ଦକା ଜଙ୍ଗଲର ଡେରାସ ଡ୍ୟାମ ପାଖ ଝରବଣିଆ ଆଦିବାସୀ ସାହିର ଲୋକମାନେ ପହଞ୍ଚି ହୋହାଲ୍ଲା କରିଥିଲେ । ଗତ କିଛିଦିନ ହେବ ଚନ୍ଦକା ଜଙ୍ଗଲର ଏକ ହାତୀ ପଲ ଚାଷଜମିରେ ପଶି ଆତଙ୍କ କରିବା ସହ ଧାନଫସଲ ନଷ୍ଟ କରୁଛନ୍ତି । ହାତୀଙ୍କ ଦୌରାତ୍ମ୍ୟ ଯୋଗୁ ସନ୍ଧ୍ୟା ହେବା ମାତ୍ରେ ସାଧାରଣ ଲୋକ ଘରୁ ବାହାରିବାକୁ ନିରାପଦ  ମଣୁ ନାହାନ୍ତି । ତେବେ ହାତୀପହ୍ଲକୁ  ଘଉଡାଇବା ପାଇଁ  ଲୋକମାନେ ବାରମ୍ବାର ଦାୟିତ୍ୱରେ ଥିବା ବନବିଭାଗର  କର୍ମଚାରୀଙ୍କୁ ଫୋନ୍ କରୁଥିବାରୁ ସେ ଉଠାଉନାହାନ୍ତି । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା । ଏହାର ପ୍ରତିବାଦରେ ଲୋକମାନେ ଆସି ଗେଟ୍ ଆଗରେ ହୋହାଲ୍ଲା କରି ଫରେଷ୍ଟର ଓ ଫରେଷ୍ଟଗାର୍ଡଙ୍କ ବିରୁଦ୍ଧରେ ବିଭିନ୍ନ ଆରୋପମାନ ଉଠାଇଥିଲେ । ପ୍ରାୟ  ଅଧଘଣ୍ଟା ପରେ ବନ ବିଭାଗର ପଦଧି କାରୀମାନେ ଆସି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଲୋକମାନେ ଘରକୁ ଫେରିଥିଲ ।