ମଧୁପାଟଣା ଉନ୍ନୟନ ପରିଷଦର ବନ୍ଧୁମିଳନ
ାା ପ୍ରଭାନୁ୍ୟଜ ।ା କଟକ: ସ୍ଥାନୀୟ ମଧୁପାଟଣା ସ୍ଥିତ ପ୍ରମିଳ ମଣ୍ଡପରେ ମଧୁପାଟଣା ଗ୍ରାମ ଉନ୍ନୟନ ପରିଷଦର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରିଷଦର ଆବାହକ ତଥା ସମାଜସେବୀ ସୁବ୍ରତ ସାମନ୍ତ ରାୟଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଚୌଦ୍ୱାର କଟକର ପୂର୍ବତନ ବିଧାୟକ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଯୋଗ ଦେଇ ଗ୍ରାମ କମିଟି କର୍ମକର୍ତ୍ତାଙ୍କ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ସ୍ଥାନୀୟ କର୍ପୋରେଟର ସୌଭାଗିନୀ ଜେନା ପରିଷଦର ସମସ୍ତ କାର୍ଯ୍ୟରେ ସଦାସର୍ବଦା ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଉପଦେଷ୍ଟା ସୁଧୀର ବେହେରା, ଆଇନଜୀବୀ ଦେବୀ ପ୍ରସାଦ ମହାନ୍ତି, ସଂଯୁକ୍ତା ପାତ୍ର, ଦୀପ୍ତିମୟୀ ଦାସ, ସରୋଜ ପତି, ଡମ୍ବରୁଧର ମହାନ୍ତି, ଅଜୟ ମିଶ୍ର, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ଉମେଶ ସାହୁ, ଅକ୍ଷୟ ପଣ୍ଡା, ରାଧେଶ୍ୟାମ ନାୟକ, ଦେବେନ୍ଦ୍ର ସାହୁ, ପରିକ୍ଷିତ ଜେନା, ଜିତେନ୍ଦ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଶେଷରେ ସାରଦା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
