ଶ୍ରୀରାମଚରିତମାନସ ପାରାୟଣ
ସାଲେପୁର : ସାଲେପୁର ବ୍ଲକ୍ ଗୋପିନାଥପୁର ଗ୍ରାମର ଶ୍ରୀ ଶ୍ରୀ ମାଧବାନନ୍ଦଙ୍କ ପୀଠରେ ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଦ୍ୱିତୀୟା ତିଥିଠାରୁ ଆରମ୍ଭ ହୋଇଥିବା ଶ୍ରୀରାମ ଚରିତ ମାନସ ପାରାୟଣ ଓ ପ୍ରବଚନ ଉଦ୍ୟାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟହ ପ୍ରାତଃ ୬ଘଟିକାରୁ ୧୦ଘଟିକା ଓ ଅପରାହ୍ନ ୪ଘଟିକା ଠାରୁ ୬ଘଟିକା ପର୍ଯ୍ୟନ୍ତ ପାରାୟଣ, ସନ୍ଧ୍ୟା ୭ଘଟିକାରୁ ରାତ୍ର ୧୦ଘଟିକା ପର୍ଯ୍ୟନ୍ତ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରବଚନ ପୂର୍ବରୁ ପ୍ରତ୍ୟହ ହନୁମାନ ଚାଳିଶା ପାଠ କରାଯାଇଥିଲା । ବ୍ରହ୍ମଚାରୀ ସତ୍ୟ ଚୈତନ୍ୟ ମହାରାଜ ପ୍ରବଚନ ଦେଇଥିବାବେଳେ ମଞ୍ଚ ପରିଚାଳନାରେ ଜୟ ଜଗନ୍ନାଥ ବାବା, ମଧୁମାଟିର ସଂପାଦକ ଡଃ ଚିତ୍ତରଂଜନ ପଣ୍ଡା, ଶୁଭଙ୍କର ମହାନ୍ତି, ମନ୍ମଥ ସିଂହ, ଧର୍ମେନ୍ଦ୍ର ସାହୁ, ନୀଳମାଧବ ମିଶ୍ର, ନବକିଶୋର ମହାନ୍ତି, ବିଷ୍ଣୁଚରଣ ସାହୁ, ତରୁଣ କୁମାର ପାତ୍ର, ରାଜକିଶୋର ରାଉତ, ଗୋବିନ୍ଦ ବାବା ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ । ଶେଷରେ ମାଧବାନନ୍ଦ ସାଂସ୍କୃତିକ ପରିଷଦର ସମସ୍ତ ସଭ୍ୟମାନଙ୍କୁ ପ୍ରବଚକ ବ୍ରହ୍ମଚାରୀ ସତ୍ୟଚୈତନ୍ୟ ମହାରାଜ ନାମାବଳୀ, ଉତ୍ତରୀୟ ସହିତ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।