ବ୍ଲକରେ ମନରେଗା ଜନଶୁଣାଣି ଶିବିର

 ତିହିଡ଼ି :  ତିହିଡ଼ି ବ୍ଲକ ପରିସରରେ ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ପଞ୍ଚଦଶ ଅର୍ଥ କମିଶନ୍  ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ବିଡିଓ ନିରଂଜନ ବାରିକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଶିବିରରେ ଅତିରିକ୍ତ ଉପଜିଲାପାଳ ଶ୍ୟାମଳ ରାୟ, ଜିଲା ସାମାଜିକ ସମୀକ୍ଷକ ଅମର କିଶୋର ସାହୁ ଯୋଗ ଦେଇ ପ୍ରକଳ୍ପର ସଠିକ କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ । ଏବିଡିଓ ମାନସ କୁମାର ଜେନା, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁକାନ୍ତ ମିଶ୍ର, ଜିପିଇଓ ପ୍ଳାବନ ପଣ୍ଡା ପ୍ରମୁଖ ଯୋଗ ଦେଇ ଶିବିରର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏପିଓ କାମିନୀରାଣୀ ଓଝା କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ । ବ୍ଲକ ସାମାଜିକ ସମୀକ୍ଷକ ଇତିଶ୍ରୀ ଦାସ ଯୋଗ ଦେଇ ଯୋଜନାର ସଫଳ ରୂପାୟନ ହେବା ନେଇ ଆଲୋଚନା କରିଥିଲେ । ପଞ୍ଚଦଶ ଅର୍ଥ କମିଶନରେ ବ୍ଲକକୁ ମିଳିଥିବା ଅନୁଦାନ ବିନିଯୋଗ ହୋଇଥିବା ବିଭିନ୍ନ ପ୍ରକଳ୍ପ ଉପରେ ସମୀକ୍ଷା କରାଯାଇଥିଲା । ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ କନିଷ୍ଠଯନ୍ତ୍ରୀ ଅଲେଖ ତୀର୍କୀ, ଲଲାଟେନ୍ଦୁ ପାଲ୍, ଏମଜିଏନଆରଇଜିଏସ ସହକାରୀ ସୁଧାଂଶୁ ଶେଖର ନାୟକ, ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଂଜନ ରାଉତଙ୍କ ସମେତ ପଞ୍ଚାୟତ କାର୍ଯ୍ୟ ନିର୍ବାହି ଅଧିକାର. ଜିଆରଏସ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।