ସାମଗ୍ରୀକ ସହରୀକରଣ ନବୀନ ଗ୍ୟାରେଣ୍ଟି: ବିଜେଡି
ଭୁବେନଶ୍ୱର, : ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖ ଭନ ଠାରେ ଗୁରୁବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଜାତୀୟ ମୁଖପାତ୍ର ଡ଼ଃ ଅମର ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ ସମ୍ବୋଧନ କରି ବିଜେଡିର ନିର୍ବାଚନୀ ଇସ୍ତାହାରରେ ୧୯ ନମ୍ବର ଗାରେଣ୍ଟିରେ ସାମଗ୍ରିକ ସହରୀକରଣ ଉପରେ ଆଲୋକପାତ କରିଥିଲେ । ଡ଼ଃ ପଟ୍ଟନାୟକ କହିଲେ, ରାଜ୍ୟ ସରକାରଙ୍କ ନିଜସ୍ୱ ଉଦ୍ୟମରେ କଟକରୁଭୁବନେଶ୍ୱର ମେଟ୍ରୋ ସେବା ପ୍ରଦାନ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ଏଥିରେ ରାଜ୍ୟ ସରକାର ୬୦୦୦କୋଟି ଟଙ୍କା ଖର୍ଚ୍ଚ କରିବେ । ଆସନ୍ତା ଦଶ ବର୍ଷରେ ଏହି ସେବାକୁ ଖୋର୍ଦ୍ଧାରୁ ପୁରୀ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯିବ । ସାମଗ୍ରୀକ ସହରୀକରଣ ପ୍ରକ୍ରିୟାରେ, ·ରୋଟି କ୍ଳଷ୍ଟର ତିଆରି କରାଯାଇ ଏହାର ବିକାଶ କରାଯିବ । ଭୁବନେଶ୍ୱର-ଖୋର୍ଦ୍ଧା-କଟକ-ପୁରୀ ପ୍ରଥମ କ୍ଳଷ୍ଟର, ସମ୍ବଲପୁର-ଝାରସୁଗୁଡା-ରାଉରକେଲା ଦ୍ୱିତୀୟ କ୍ଳଷ୍ଟର, ବାରିପଦା-ବାଲେଶ୍ୱର-ଭଦ୍ରକ ତୃତୀୟ କ୍ଳଷ୍ଟର ଓ ବ୍ରହ୍ମପୁର-ଛତ୍ରପୁର-ଗୋପାଳପୁର ଚତୁର୍ଥକ୍ଳଷ୍ଟର ଭାବେ ଚିହ୍ନିତ ହେବ । ଏହି କ୍ଳଷ୍ଟର ଗୁଡିକରେ ଆସନ୍ତା ଦଶ ବର୍ଷ ଭିତରେ ସବୁଜକରଣ ବୃଦ୍ଧିକରାଯିବ । କ୍ରୀଡା ଭିତ୍ତିଭୂମି, ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବସ୍ଥା, ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ କରାଯିବ । ତାଛଡ଼ା, ରାଜ୍ୟର ଅନ୍ୟ କୋଡିଏଟି ଛୋଟ ସହରକୁ ବଡ଼ ସହରରେ ପରିଣତ କରାଯିବ କ୍ଷ ଏହି ସହରମାନଙ୍କଭିତରୁ ପ୍ରମୁଖ ସହର ଗୁଡିକ ହେଲା, ପାରାଦ୍ୱୀପ, ଢେଙ୍କାନାଳ, ଯୋଡା, ବଡ଼ବିଲ, କେଉଁଝର, ଅନଗୁଳ,କେନ୍ଦ୍ରାପଡ଼ା ନୟାଗଡ ଇତ୍ୟାଦି । ପୁରୀ ଠାରେ ଏଜ ଆନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ହେବାକୁ ଯାଉଥିବାବେଳେ ଏହାକୁ ଏକ ଆନ୍ତର୍ଜାତୀୟ ଆଧ୍ୟାତ୍ମିକ କେନ୍ଦ୍ର ଭାବେ ଗଢି ତୋଳାଯିବ । ଓଡିଶାକୁ ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍କକ ଇତ୍ୟାଦିସ୍ଥାନକୁ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହୋଇଛି । ବିଶ୍ୱର ଅନେକ ପ୍ରତିଷ୍ଠିତ ଆଇଟି କମ୍ପାନୀ ଭୁବନେଶ୍ୱର ଠାରେସେମାନଙ୍କ କାର୍ଯ୍ୟାଳୟ ଖୋଲି ସାରିଲେଣି ଓ ଅନେକ ଓଡ଼ିଶାର ଯୁବକ ମାନେ ଏଥିରେ ନିଯୁକ୍ତି ପାଇଲେଣି । ରାଜ୍ୟର ବସ୍ତି ବାସିନ୍ଦାଙ୍କ ଥଇଥାନ ପାଇଁ ରାଜ୍ୟ ସରକାରଙ୍କ ଜାଗା ମିଶନ ଏକ ଯୁଗାନ୍ତକାରୀ ପଦକ୍ଷେପ । ଏପରି ଯୋଜନା ଅନ୍ୟକୌଣସି ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇ ନାହିଁ ।ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡିର ଅନ୍ୟତମ ଜାତୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦଡ଼ଃ ସସ୍ମିତ ପାତ୍ର ମଧ୍ୟ ଉପସ୍ଥିତ ଥିଲେ ।