କାହିଁକି ଘାଟାରେ ପଡ଼ିଲା ବିଜେଡ଼ି ?

ElectionResult

କାହିଁକି ଘାଟାରେ ପଡ଼ିଲା ବିଜେଡ଼ି ?

ଭୁବନେଶ୍ୱର : ଓଡ଼ିଶାରେ ମୋଦିଙ୍କ ଲହର ୨୦୧୯ରୁ ଅଛି  । ମୋଦିଙ୍କ ପାଇଁ ବିଜେପି ଭୋଟ୍‌ ଆଶାତୀତ ଭାବେ ବୃଦ୍ଧି ପାଇଥିଲା  । କିନ୍ତୁ ତାହାର ପ୍ରଭାବ ଓଡ଼ିଶା ବିଧାନସଭା ନିର୍ବାଚନ ଉପରେ ପଡ଼ିନଥିଲା  । କାହିଁକିନା ଓଡ଼ିଶାବାସୀ ଦୁଇ ପ୍ରକାର ଭୋଟ ଦେଉଥିଲେ  । ନବୀନ ପଟ୍ଟନାୟକଙ୍କ ପାଇଁ ଶଙ୍ଖ ଚିହ୍ନକୁ ଓ ନରେନ୍ଦ୍ର ମୋଦିଙ୍କ ପାଇଁ ପଦ୍ମଫୁଲକୁ ଭୋଟ ଯାଉଥିଲା  । ଗଲାଥର ଏଭଳି ଭୋଟ ଯିବାରୁ ବିଜେଡ଼ି ବିଧାନସଭାରେ ଏକପାଖିଆ ବିଜୟ ହାସଲ କରିଥିଲା  । ଯେତେବେଳେକି ବିଜେପି ଲୋକସଭାରେ ଭଲ ସଫଳତା ପାଇଥିଲେବି ବିଧାନସଭାରେ ପ୍ରଦର୍ଶନ ସେତେଟା ଆଖିଦୃଶିଆ ନଥିଲା  । ଗତ ୨୦୧୯ରେ ବିଜେପିର ଲୋକସଭା ଭୋଟକୁ ଅନୁଶୀଳନ କଲେ ପ୍ରାୟ ୫୪ଟି ବିଧାନସଭା ଆସନରେ    ବିଜେଡ଼ିକୁ ବିଜେପି ପଛରେ ପକାଇ ଦେଇଥିଲା  । ଅର୍ଥାତ ୨୦୧୯ରେ ଯଦି ଲୋକସଭା ଭୋଟ ଭଳି ବିଧାନସଭା ଭୋଟ ବି ପଦ୍ମଫୁଲ ପାଇଥା’ନ୍ତା ତେବେ ୫୪ ଆସନରେ ବିଜେପି ବାଜିମାତ୍‌ କରିଥା’ନ୍ତା  । କିନ୍ତୁ ଏଥର ଆଉ ପୂର୍ବଭଳି ସ୍ପ୍ଳିଟ ଭୋଟିଂ ବା ଖଣ୍ଡେ ଭୋଟ ଶଙ୍ଖ, ଖଣ୍ଡେ ଭୋଟ ଫୁଲକୁ ଗଲାନାହିଁ  । ଅର୍ଥାତ ଲୋକମାନେ ଯୋଡ଼ି ଶଙ୍ଖ ଓ ଯୋଡ଼ି ଫୁଲକୁ ହିଁ ଭୋଟ ଦେଇଥିଲେ  । ଯାହାର ପ୍ରତିଫଳନ ଚବିଶ ନିର୍ବାଚନରେ ଦେଖିବାକୁ ମିଳିଛି  । ମୋଦିଙ୍କ ହାୱା ଓ ସରକାରୀ ବିରୋଧୀ ହାୱାର ଭୋଟ ସବୁ ଯୋଡ଼ି ଫୁଲକୁ ଯାଇଛି  । ଯାହାଫଳରେ ବିଜେପି ଏକପାଖିଆ ଭାବେ ଲୋକସଭା ନିର୍ବାଚନରେ ବାଜିମାତ କରିବା ସହ ବିଧାନସଭାରେ ବି ଦମଦାର ପ୍ରଦର୍ଶନ କରିବାରେ ସଫଳ ହୋଇଛି  ।