ଟିକେଟ ପାଇଁ ବାପିଙ୍କ ଦାମ ପ୍ରେମ

ଟିକେଟ ପାଇଁ ବାପିଙ୍କ ଦାମ ପ୍ରେମ

ଭୁବନେଶ୍ୱର : ବଂଚିଥିବାବେଳେ ବର୍ଷୀୟାନ ନେତା ଡାକ୍ତର ଦାମୋଦର ରାଉତଙ୍କୁ ପ୍ରତି ପାଦରେ ବିରୋଧ କରୁଥିଲେ ବାପି ସର୍ଖେଲ  । ହେଲେ ଏବେ ବାପିଙ୍କୁ ଟିକେଟ ଚିନ୍ତା ଘାରିଛି  ।  ଯେଉଁଥିପାଇଁ ଏବେ ତାଙ୍କର ଦାମ ପ୍ରେମ ଉଛୁଳିବାରେ ଲାଗିଛି  । ଯାହା ଏବେ ପାରାଦୀପ ରାଜନୀତିରେ ଜୋରଦାର ଚର୍ଚ୍ଚା ସୃଷ୍ଟିକରିଛି  । 
ମାର୍ଚ୍ଚ ୨୨ରେ ଡାକ୍ତର ଦାମୋଦର ରାଉତଙ୍କର ପରଲୋକ ହୋଇଥିଲା  । ପାରାଦୀପ ଥିଲା ଦାମଙ୍କ କର୍ମଭୂମି  । ଏବେବି ପାରାଦୀପ ଲୋକମାନେ ଦାମଙ୍କୁ ଝୁରୁଛନ୍ତି  । ସେପଟେ ଟିକେଟ ପାଇବା ପାଇଁ ବାପି ସର୍ଖେଲ ନିଜ ପନôୀଙ୍କୁ ଆଗକୁ ଆଣିଛନ୍ତି  । ବାପିଙ୍କୁ ବିଜେଡ଼ି ଦଳରେ ସାମିଲ କରିବାକୁ ରାଜି ନହେବାରୁ ତାଙ୍କ ପନôୀ ବିଜେଡ଼ିରେ ସାମିଲ ହୋଇଥିଲେ  । ଆଶା କରାଯାଉଥିଲା ସମ୍ବିତଙ୍କ ବଦଳରେ ବାପିଙ୍କ ପନôୀଙ୍କୁ ଟିକେଟ ମିଳିବ  । ସମ୍ବିତଙ୍କ ବିରୋଧୀଙ୍କୁ ଏକାଠି କରି ବାପି ମଧ୍ୟ ଗୋଟିଚାଳନା କରୁଥିଲେ  । କିନ୍ତୁ ଦାମଙ୍କ ମୃତୁ୍ୟ ପରେ ସମ୍ବିତଙ୍କ ପ୍ରତି ସମବେଦନାର ସୁଅ ଛୁଟିଛି  । ଦିବଂଗତ ନେତାଙ୍କ ପୁଅଙ୍କୁ ନବୀନ ଟିକେଟ ଦେବାର ବି ନଜିର ରହିଛି  । ପ୍ରଥମ ଦଫା ତାଲିକାରେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ ବିପ୍ଳବ ଓ ମହେଶ୍ୱର ମହାନ୍ତିଙ୍କ ପୁଅ ସୁନୀଲଙ୍କୁ ଟିକେଟ ମିଳିଛି  । ତେଣୁ ସମ୍ବିତଙ୍କୁ ଦଳ ଟିକେଟ ଦେବାର ଯଥେଷ୍ଟ ସମ୍ଭାବନା ସୃଷ୍ଟିହୋଇଛି  । ଏଭଳି ରାଜନୀତିକ ଚର୍ଚ୍ଚା ଭିତରେ ବାପିଙ୍କର ଏକ ଫୁଲପେଜ୍ ବିଜ୍ଞାପନ ଚର୍ଚ୍ଚା ସୃଷ୍ଟିକରିଛି  । ଯେଉଁଥିରେ ଦାମଙ୍କ ପାଇଁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଲେଖି ସେ ବିଜ୍ଞାପନ ଦେଇଛନ୍ତି  । ଡାକ୍ତର ଦାମୋଦର ରାଉତ ଫାଉଣ୍ଡେସନ ଓ ଟ୍ରଷ୍ଟର ସେ ସଭାପତି ବୋଲି ଉଲ୍ଲେଖ କରିଛନ୍ତି  । ହଠାତ ବାପି ସର୍ଖେଲଙ୍କ ନେତୃତ୍ୱରେ ଫାଉଣ୍ଡେସନ ଗଠନକୁ ନେଇ ସାଧାରଣ ଲୋକମାନେ ରାଜନୀତିକ ବାସ୍ନା ବାରୁଛନ୍ତି  । ଦାମଙ୍କ ଲୋକପ୍ରିୟତା ଆଳରେ ବାପି କିଛି ରାଜନୀତିକ ଚାଲ ଚଳାଉଥିବା ଚର୍ଚ୍ଚା ହେଉଛି  ।