ସ୍ୱାଧୀନତାର ୭୫ ବର୍ଷ ପରେ ବି ରାଜ୍ୟରେ ସୁରକ୍ଷିତ ନାହାନ୍ତି ନାରୀ : ଭକ୍ତ
ବାଲେଶ୍ୱର ଘଟଣାରେ ଶାସନ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ । ଘଟଣାରେ ଏବେ ନିଜର ମତ ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ସେ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମିଳନୀରେ କହିଛନ୍ତି କି ବାଲେଶ୍ୱର ଘଟଣାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଲଜ୍ୟା ଅନୁଭବ କରିଛନ୍ତି। ଯାହାକି ଆମ ରାଜ୍ୟର ସମ୍ମାନହାନୀ କରିଛି ।
ସ୍ୱାଧୀନତାର ୭୫ ବର୍ଷ ପରେ ବି ନାରୀ ସୁରକ୍ଷିତ ନଥିବା ବେଳେ ସରକାର ନିରବଦଷ୍ଟା ସାଜିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ସେ ଆହୁରି ବି କହିଛନ୍ତି ଯେ ‘‘ଏଭଳି ଘଟଣା ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କୁ କିଭଳି ଲଜ୍ୟା ଦେଉନାହିଁ କେଜାଣି। ସେମାନେ କ୍ଷମତାରେ ରହିବା ଉଚିତ ନୁହେଁ । ତୁରନ୍ତ ଇସ୍ତଫା ଦିଅନ୍ତୁ।’’ ବାଲେଶ୍ୱର ଘଟଣାରେ ସୁପ୍ରିମକୋର୍ଟ ଲଜ୍ଜିତ ବୋଲି କହିବାରୁ ଓଡ଼ିଶାର ସମ୍ମାନହାନୀ ଘଟିଛି ବୋଲି ସେ ମତ ରଖିଛନ୍ତି। ଗୋଟାଏ ବର୍ଷ ବିତିଯିବା ପରେ ବି ମହିଳା କମିସନ ଗଠନ ହୋଇପାରିଲା ନାହିଁ। ଏ ସରକାର କ’ଣ ପ୍ରଦର୍ଶନ କରିବାକୁ ଚାହୁଁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ ଆସନ୍ତା କାଲି ପୀଡ଼ିତାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରିବ କଂଗ୍ରେସ। ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟକୁ ଦିନ ୯ଟାରେ ଗୋଟିଏ ମିନିଟ ପାଇଁ ନୀରବ ପାର୍ଥନା କରିବାକୁ ଅନୁରୋଧ କରିଛନ୍ତି ପିସିସି ସଭାପତି।