ଅଧିକ ମତଦାନ ପାଇଁ ଜିଲ୍ଲାପାଳଙ୍କ ପ୍ରୟାସ

ଅଧିକ ମତଦାନ ପାଇଁ ଜିଲ୍ଲାପାଳଙ୍କ ପ୍ରୟାସ


ରାଇରଙ୍ଗପୁର :  ମଙ୍ଗଳବାର ଦିନ  ସାଧାରଣ ଜନତା ତଥା ସମସ୍ତ ବର୍ଗର ମତଦାତା ଆଗାମୀ ନିର୍ବାଚନରେ ପ୍ରଥମ ଥର ପାଇଁ ମତଦାନ କରିବାକୁ ଯାଉଥିବା ଯୁବ ଭୋଟରଙ୍କ ଅଧିକ ସଂଖ୍ୟାରେ ଅଂଶ ଗ୍ରହଣ ପୂର୍ବକ ସାମ୍ବିଧାନିକ ମୌଳିକ ମତଦାନ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଉତ୍ସାହିତ କରିବା  ଓ ସୁଦୃଢ ଗଣତନ୍ତ୍ର ପ୍ରତିଷ୍ଠା ନିମନ୍ତେ ନିର୍ବାଚନରେ ମତଦାତାଙ୍କ ଦାୟିତ୍ୱ ଓ ପ୍ରତ୍ୟେକ ଭୋଟର ଗୁରୁତ୍ୱ ସମ୍ଭନ୍ଧରେ ଏକ ସଚେତନତା କାର୍ଯ୍ୟକ୍ରମ ଗୋରୁମୋହିଷାଣୀ ସାପ୍ତାହିକ ହାଟ ଠାରେ ଅନୁଷ୍ଠିତ ହୋଇଥିଲା ।
କାଯ୍ୟକ୍ରମରେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲପାଳ ଦୌଲତ ଚନ୍ଦ୍ରକାର, ବାମନଘାଟି ଉପଜିଲ୍ଲାପାଳ ସରୋଜ କୁମାର ଦାଶ, ରାଇରଙ୍ଗପୁର ତହସିଲଦାର  ବିଶ୍ୱନାଥ ବିଶ୍ୱାଳ ଓ ରାଇରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ନାରାୟଣୀ ପ୍ରିୟ ଦର୍ଶିନୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ । ଲୋକମାନଙ୍କ ମଧ୍ୟରେ ଏହା କିପରି ସୁଦୂର ପ୍ରସାରି ହୋଇପାରିବ ଯାହାଦ୍ୱାରା ନିର୍ବାଚନରେ ମତଦାତାଙ୍କ ଅଂଶ ଗ୍ରହଣ ଅଧିକରୁ ଅଧିକ ହେବ ସେ ସମ୍ବନ୍ଧରେ ବାର୍ତ୍ତା ପ୍ରଦାନ ଦେଇଥିଲେ ।
ସାଧାରଣ ଜନତା ତଥା ସମସ୍ତ ବର୍ଗର ଭୋଟରଙ୍କ ସମାଗମକୁ ଦୃଷ୍ଟିରେ ରଖି ସାପ୍ତାହିକ ହାଟ ପରିସର ଠାରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ଭୋଟରଙ୍କୁ ନିର୍ବାଚନ ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଶିକ୍ଷା ଦେବା ସହ ମତଦାତାଙ୍କ ମତଦାନର ଗୁରୁତ୍ୱ ବୁଝାଇଥିଲେ ।  ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୋଇ ନିଜ ନିଜ ସାମ୍ବିଧାନିକ ମୌଳିକ  ଅଧିକାରକୁ ସୁ·ରୁ ସମ୍ପାଦନ କରିବା ପାଇଁ ନିବେଦନ କରାଯାଇଥିଲା ।
ଗୋରୁମୋହିସାଣି ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଅନୁଷ୍ଠିତ ଭୋଟର ସଚେତନତା କାର୍ଯ୍ୟକ୍ରମରେ ଛାତ୍ରୀବାସର ୯୨ ଜଣ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।  ସେମାନେ  ତାଙ୍କର ଭବିଷ୍ୟତର ଉନ୍ନତି ତଥା ଦେଶରେ ସୁଦୃଢ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ରଚନାତ୍ମକ ଢଙ୍ଗରେ ପୋଷ୍ଟ କାର୍ଡରେ ଚିଠି ଲେଖି ଆଗାମୀ ନିର୍ବାଚନରେ ନିଶ୍ଚିତ ଭୋଟ ଦାନ କରିବା ପାଇଁ ନିଜ ନିଜ ପିତାମାତା ଓ ଗୁରୁଜନଙ୍କୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ତହସିଲଦାର  ବିଶ୍ୱନାଥ ବିଶ୍ୱାଳ, ରାଇରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା ଉପସ୍ଥିତ ରହି  ପରି·ଳନା କରିଥିଲେ ।