ଇଣ୍ଡିଆ ନ୍ୟୁଜ୍ : ବିଜେପି ୧୩, ବିଜେଡ଼ି ୮
ExitPoll Odisha
ଇଣ୍ଡିଆ ନ୍ୟୁଜ୍ : ବିଜେପି ୧୩, ବିଜେଡ଼ି ୮
ଇଣ୍ଡିଆ ନ୍ୟୁଜର ଏକଜିଟ ପୋଲ୍ ଅନୁଯାୟୀ, ବିଜେଡ଼ିକୁ ଓଡ଼ିଶାରେ ଝଟକା ଲାଗିବ । ଗତଠାରୁ ବିଜେପି ଭଲ ପ୍ରଦର୍ଶନ କରିବ । ବିଜେପିକୁ ୧୩ ଲୋକସଭା ଆସନ ମିଳିବାର ଥିବାବେଳେ ବିଜେଡ଼ିକୁ ୮ ଲୋକସଭା ଆସନ ମିଳିବ ।
ଚାଣକ୍ୟ ଟିଭି : ବିଜେପି ୧୬, ବିଜେଡ଼ି ୪, କଂଗ୍ରେସ ୧
ଚାଣକ୍ୟ ଟିଭି ମଧ୍ୟ ବିଜେପିକୁ ଅଧିକ ଆସନ ଦେଇଛି । ବୁଥବାହୁଡ଼ା ମତ ଆଧାରରେ ବିଜେପି ୧୬ ଆସନ ପାଇବ ବୋଲି ପୂର୍ବାନୁମାନ କରାଯାଇଛି । ଅପରପକ୍ଷରେ ବିଜେଡ଼ି ୪ ଓ କଂଗ୍ରେସ ଗୋଟିଏ ଆସନରେ ବାଜିମାତ କରିବ ବୋଲି ସର୍ଭେରୁ ଜଣାପଡ଼ିଛି ।
ଏନଡ଼ିଟିଭି : ବିଜେପି ୧୫, ବିଜେଡି ୩ରୁ ୮
ଏନଡ଼ିଟିଭି ମଧ୍ୟ ବିଜେପି ଅଧିକ ଆସନ ପାଇବ ବୋଲି ଆକଳନ କରିଛି । ଏନଡ଼ିଟିଭିର ସର୍ଭେ ଅନୁଯାୟୀ ବିଜେପି ୧୫ଟି ଆସନ ପାଇବ । ଯେତେବେଳେକି ବିଜେଡ଼ିକୁ ୩ରୁ ୮ ଆସନ ମିଳିବାର ସମ୍ଭାବନା ରହିଛି ।
ଜନକୀ ବାତ : ବିଜେପି ୧୫ରୁ ୧୮, ବିଜେଡ଼ି ୩ରୁ ୭
ଜାତୀୟ ଗଣମାଧ୍ୟମ ପକ୍ଷରୁ କରାଯାଇଥିବା ଏକଜିଟ ପୋଲ ଅନୁଯାୟୀ, ବିଜେଡ଼ି ତୁଳନାରେ ଓଡ଼ିଶାରେ ବିଜେପି ଭଲ ପ୍ରଦର୍ଶନ କରିବ । ବିଜେପିକୁ ୧୫ରୁ ୧୮ ଆସନ ମିଳିବାର ଥିବାବେଳେ ବିଜେଡ଼ିକୁ ୩ରୁ ୭ ଆସନ ମିଳିବ । କଂଗ୍ରେସ କିଛି ଆସନ ପାଇବ ନାହିଁ ବୋଲି ଏହି ଆକଳନରୁ ଜଣାପଡ଼ିଛି ।
ଇଣ୍ଡିଆ ଟିଭି : ବିଜେପି ୧୫ରୁ ୧୭, ବିଜେଡ଼ି ୪ରୁ ୬
ଇଣ୍ଡିଆ ଟିଭିର ଏକଜିଟ ପୋଲ ପ୍ରକାଶ ପାଇଛି । ଓଡ଼ିଶା ନେଇ ସଂପୃକ୍ତ ସଂସ୍ଥା ପକ୍ଷରୁ ଆକଳନ କରାଯାଇଛି । ବିଜେପିକୁ ୧୫ରୁ ୧୭, ବିଜେଡ଼ିକୁ ୪ରୁ ୬ ଓ କଂଗ୍ରେସକୁ ଗୋଟିଏ ଆସନ ମିଳିବ ବୋଲି ଅନୁମାନ କରାଯାଉଛି । ଗତ ୨୦୧୯ ନିର୍ବାଚନରେ ବିଜେଡ଼ି ୧୨, ବିଜେପି ୮ ଓ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଥିଲା ।