ଏକଜିଟ୍‌ ପୋଲ : ଧର୍ମେନ୍ଦ୍ର, ପ୍ରତାପ ଜିତିବେ, ଅପରାଜିତା ହାରିବେ

ExitPoll Odisha

ଏକଜିଟ୍‌ ପୋଲ : ଧର୍ମେନ୍ଦ୍ର, ପ୍ରତାପ ଜିତିବେ, ଅପରାଜିତା ହାରିବେ

ଭୁବନେଶ୍ୱର : ଜାତୀୟ ଗଣମାଧ୍ୟମର ଏକଜିଟ ପୋଲରେ ବିଜେପି ଓଡ଼ିଶାରେ ଭଲ ପ୍ରଦର୍ଶନ କରିବ  । ଅପରପକ୍ଷରେ ଆଞ୍ଚଳିକ ଗଣମାଧ୍ୟମ ପ୍ରଗତିବାଦୀର ଆକଳନ ଅନୁଯାୟୀ ହେଭିୱେଟ ନେତା ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବାଜିମାତ କରିବାର ଥିବାବେଳେ ଅପରାଜିତା ଷଡ଼ଙ୍ଗୀଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିବ  ।

ସର୍ଭେ ଅନୁଯାୟୀ, ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନ, ନବରଙ୍ଗପୁରରେ ବଳଭଦ୍ର ମାଝୀ, କଳାହାଣ୍ଡିରେ ମାଳବିକା କେଶରୀ ଦେଓ, ବଲାଙ୍ଗୀରରେ ସଂଗୀତା ସିଂହଦେଓ, ବରଗଡ଼ରେ ପ୍ରଦୀପ ପୁରୋହିତ, ସୁନ୍ଦରଗଡ଼ରେ ଜୁଏଲ ଓରାମ, କେନ୍ଦୁଝରରେ ଅନନ୍ତ ନାୟକ, ବାଲେଶ୍ୱରରେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଭଦ୍ରକରେ ଅଭିମନ୍ୟୁ ସେଠୀ ଓ ପୁରୀରେ ସମ୍ବିତ ପାତ୍ର ବାଜିମାତ କରିବେ  ।