ପୁଲିସ୍‌ ବାବୁ କହିଲେ ଗୋଡ଼ ବାଡେ଼ଇ ଭାଙ୍ଗିଦେବି

odisha police

ପୁଲିସ୍‌ ବାବୁ କହିଲେ ଗୋଡ଼ ବାଡେ଼ଇ ଭାଙ୍ଗିଦେବି

‘ଏ ଯାଗାକୁ ଯିଏ ଆସିବ  । ତାକୁ ଧରିବନି  । ସିଧା ଗୋଡ଼ ଭାଙ୍ଗିଦେବ  । ଯିଏ ଗୋଡ଼ ଭାଙ୍ଗିବ, ସେ ମୋ ଠାରୁ ଆସି ପୁରସ୍କାର ନେବ  ।’ ଆଜ୍ଞା ଏହା କୌଣସି ସିନେମାର ସଂଳାପ ନୁହେଁ  । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ସୁରକ୍ଷାରେ ନିୟୋଜିତ ପୁଲିସମାନଙ୍କୁ ଏମିତି ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ କମିଶନର ନରସିଂହ ଭୋଳ  । ଯାହାକି ଏବେ ସୋସିଆଲ ମିଡ଼ିଆରେ  ଭାଇରାଲ୍‌ ହେବାରେ ଲାଗିଛି  । 

ଏନେଇ କଂଗ୍ରେସ ନେତା ୟାସିର ନୱାଜ୍‌ କହିଛନ୍ତିଯେ, ପୁରୀ ରଥଯାତ୍ରା ଆୟୋଜନରେ ବିଫଳତା ପ୍ରତିବାଦରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ହେଉଥିଲ  । ସେତେବେଳେ ଭୁବନେଶ୍ୱର କମିଶନରେଟ ପୋଲିସର ଅତିରିକ୍ତ କମିଶନର ନରସିଂହ ଭୋଳ ସେଠାରେ ଉପସ୍ଥିତ ପୋଲିସକୁ କହିଥିଲେଯେ, ବିକ୍ଷୋଭକାରୀମାନଙ୍କର ଗୋଡ ବାଡେଇ ଭାଙ୍ଗିଦିଅ  । ଯିଏ ଭାଙ୍ଗିଦେବ ସିଏ ପୁରସ୍କାର ପାଇବ  । ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏଭଳି ପୋଲିସ ଅଫିସରଙ୍କର ସ୍ଥାନ ନାହିଁ  । ସେ ତାଙ୍କର ପଦମର୍ଯ୍ୟାଦା ଭୁଲିଯାଇଛନ୍ତି  । ଏଭଳି ମାନସିକତା ରଖିଥିବା ପୋଲିସ ଅଫିସରଙ୍କ ବିରୁଦ୍ଧରେ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ସେ ଦାବି କରିଛନ୍ତି  ।