ଚଳନ୍ତା ଆମ ବସ୍‌ରେ ନିଆଁ ଲାଗିଲା

ଚଳନ୍ତା ଆମ ବସ୍‌ରେ ନିଆଁ ଲାଗିଲା

ଖୋର୍ଦ୍ଧା :  ଗଡ଼ଖୋର୍ଦ୍ଧା ଛକରେ ଗୁରୁବାର ଜଳିଯାଇଛି ଆମ ବସ୍‌। ଚଳନ୍ତା ବସ୍‌ରେ ନିଆଁ ଲାଗିଯିବାରୁ ଯାତ୍ରୀମାନଙ୍କୁ ତଳକୁ ଓହ୍ଲାଇ ବସ୍‌ଟିକୁ ଖାଲି କରାଯାଇଛି। ତେବେ ନିଆଁ ଲାଗିବାର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଥିବାବେଳେ କୌଣସି ଯାତ୍ରୀ ଆହତ ହୋଇ ନ ଥିବା ସୂଚନା ମିଳିଛି।