ପର୍ଯ୍ୟଟକ ଗାଇଡମାନଙ୍କୁ ଦିଗଦର୍ଶନ ଦେଲେ ଉପମୁଖ୍ୟମନ୍ତ୍ରୀ

 ଭୁବନେଶ୍ୱର: ଓଡିଶା ଇତିହାସରେ ପ୍ରଥମ କରି ଆସନ୍ତା ୮ତାରିଖରୁ ତିନିଦିନ ପର୍ଯ୍ୟନ୍ତ  ଅନୁଷ୍ଠିତ ହେବାକୁ ଯାଉଛି ପ୍ରବାସୀ ଭାରତ ଦିବସ । ଏହି ପରିପ୍ରେକ୍ଷୀରେ ପର୍ଯ୍ୟଟନ ବିଭାଗର ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ଓଡିଶାର ପର୍ଯ୍ୟଟନ ବିଭାଗ ତରଫରୁ କୃଷି ସଦନ ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି ପର୍ଯ୍ୟଟକ ଗାଇଡ, ସୁପରଭାଇଜର ଓ ସଂଯୋଜକ ନିମନ୍ତେ ଏକ ଦିଗଦର୍ଶନ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଂଶଗ୍ରହଣକାରୀମାନଙ୍କୁ ଉସôାହିତ କରିବା ସହ “ଅତିଥି ଦେବୋ ଭବ” ମନ୍ତ୍ରରେ ମୁଗ୍ଧ ହୋଇ କାର୍ଯ୍ୟ କରିବାକୁ ପ୍ରେରିତ କରିଥିଲେ । ଏବେ ଓଡିଶାର ପର୍ଯ୍ୟଟନ ରହସ୍ୟକୁ ଉନ୍ମୋଚନ କରିବାର ସମୟ ଆସିଛି ବୋଲି ଉଦବୋଧନ ଦେଇ ସେ  କହିଲେ ଯେ ଓଡିଶାର ପର୍ଯ୍ୟଟନକୁ ବିଶ୍ୱର କୋଣେ ଅନୁକୋଣେ ପହଞ୍ଚାଇବା ପାଇଁ ଏହି ୩ ଦିନିଆ ପ୍ରବାସୀ ଭାରତ ଦିବସ ଆମ ପାଇଁ ଏକ ଶ୍ରେଷ୍ଠ ସୁଯୋଗ । ଏହି ତିନି ଦିନ ପାଇଁ  ପର୍ଯ୍ୟଟକ ଗାଇଡମାନେ ହେବେ ଆମ ଓଡିଶାର ଆମ୍ବାସଡର । ଆପଣମାନଙ୍କ ବ୍ୟବହାର, ଚାଲିଚଳନରେ ସମଗ୍ର ଓଡିଶାର ପରିଚୟ ଓ ସ୍ୱାଭିମାନ ପ୍ରତିଫଳିତ ହେବ ବୋଲି କହି ସେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ପ୍ରୋସôାହନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ବଲୱନ୍ତ ସିଂ, ବିଭାଗୀୟ ନିଦେ୍ର୍ଦଶକ ସମର୍ଥ ବର୍ମା ଓ ବିଭାଗୀୟ ଅନ୍ୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ   । ଏହା ସହ ୨୭୦ ସଂଯୋଜକ, ୧୦୦ ଟୁର ଗାଇଡ, ୩୦ ଟିମ ଲିଡରସ୍, ୨୮ ଗନ୍ତବ୍ୟ ସଂଯୋଜକ, ୨୦ ସୁପରଭାଇଜର,୧୫ ସ୍ୱଚ୍ଛତା ସୁପରଭାଇଜର, ସବୁ ଜିଲ୍ଲା, ଓଟିଡିସି ଓ ପର୍ଯ୍ୟଟନ ବିଭାଗରୁ ୫୦ ଅଧିକାରୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ  ।