ଜଳ ନିଷ୍କାସନ ପଥ ଅବରୋଧ

 କୋଣାର୍କ: ଖଣ୍ଡପଡ଼ା ବ୍ଲକ ଅଧିନ ଖଳିସାହି ଗ୍ରାମର ଗୌଡ ସାହି ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲଗାଣ ବର୍ଷା ଯୋଗୁଁ ରାସ୍ତାରେ ବର୍ଷା ଜଳ ନିଷ୍କାସନ ହୋଇ ପାରୁ ନ ଥିବାରୁ ରାସ୍ତାରେ ୨ ଫୁଟରେ ପାଣି ଜମି ରହିଥିବାରୁ ଯାତାୟାତ ବାଧାପ୍ରାପ୍ତ ହେଉଛି । ଜଳ ନିଷ୍କାସନ ପଥ ଅବରୋଧ କରି ସ୍ଥାନୀୟ ଅଞ୍ଚଳର କେତେକ ବ୍ୟକ୍ତି ସ୍ଥାୟୀ ବାସଗୃହ ନିର୍ମାଣ କରି ରାସ୍ତା ଅବରୋଧ କରି ରଖିଛନ୍ତି । ଯାହାକି ଏହି ଭଳି ସମସ୍ୟା ସୃଷ୍ଟି ହେଉଥିବା ଜଣାପଡିଛି । ବର୍ତମାନ ଅଳ୍ପ ବର୍ଷା ଯୋଗୁଁ ରାସ୍ତାରେ ହ୍ରଦ ପରି ପାଣି ଜମି ରହିଥିବାରୁ ଗ୍ରାମବାସୀଙ୍କ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଲିଖିତ ଅଭିଯୋଗ ଜଣାଇଛନ୍ତି ଆଗକୁ ର୍ବଷା ଋତୁ ଆସୁଥିବା ବେଳେ, ଏବେ ଠାରୁ ଏହାର ସୁରକ୍ଷା ବ୍ୟବସ୍ଥା କରା ନଗଲେ ଆଗକୁ ପରିସ୍ଥିତି ଜଟିଳ ହେବାର ଆଶଙ୍କା ପ୍ରକାଶ ପାଇଛି । ଉପାୟ ଶୂନ୍ୟ ହୋଇ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ରାସ୍ତା ଉପରେ ଜମି ରହିଥିବା ପାଣି ଉପରେ ଯାତାୟାତ କରୁଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଅଞ୍ଚଳବାସୀଙ୍କ ହିତକୁ ଦୃଷ୍ଟିରେ ରଖି ବର୍ଷା ଜଳ ନିଷ୍କାସନ ନିମନ୍ତେ ରାସ୍ତା ପାର୍ଶ୍ୱରେ ନାଳ ନିର୍ମାଣ କରିବାକୁ ଖଳି ସାହି ପଞ୍ଚାୟତ କର୍ତ୍ତୃପକ୍ଷ, ବ୍ଲକପ୍ରଶାସନ ସହ ସ୍ଥାନିୟ ବିଧାୟକ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ କରିଛନ୍ତି । ଗତ ଶନିବାର ରାତିରେ ସ୍ଥାନୀୟ ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ସେଠାକୁ ଯାଇ ରାସ୍ତା ରେ ପାଣି ଜମି ରହିଥିବାର ଦେଖି ଜନସାଧାରଣଙ୍କ ଅଭିଯୋଗ ଶୁଣି ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡିଛି । ଏଥିପ୍ରତି ଦୃଷ୍ଟି ରଖିଛନ୍ତି ଓ ଏହାର ସୁରକ୍ଷା ପାଇଁ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ । ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରି ବା ପାଇଁ ତୁରନ୍ତ ପଦକ୍ଷେପ ନେବା ସହିତ ଦୈନିକ ରାସ୍ତାରେ ଯାତାୟାତ କରୁଥିବା ଜନସାଧାରଣଙ୍କ ପାଇଁ ସଦାସର୍ବଦା ବର୍ଷା ଦିନ ହେଉ ବା ଅନ୍ୟ କୌଣସି ଦିନ ଯେପରି କି ରାସ୍ତାରେ ପାଣି ଜମି ନରହି ବା ପାଇଁ ନାଳ ରେ ଜଳ  ନିଷ୍କାସନ ବ୍ୟବସ୍ଥା କରାଯିବ ଅତି ଶିଘ୍ର କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି ।