ଜିନ୍ଦଲ ଷ୍ଟେନଲେସ ସୁରକ୍ଷା କର୍ମୀଙ୍କୁ ଆଇଏସଏର ଲିଙ୍ଗ ବିବିଧତା ପୁରସ୍କାର


ାା ପ୍ରଭାନୁ୍ୟଜ ।ା କଳିଙ୍ଗନଗର: ଭାରତୀୟ ଷ୍ଟିଲ ଆସୋସିଏସନ୍ ବା ଆଇଏସଏ ପକ୍ଷରୁ ଜିନ୍ଦଲ ଷ୍ଟେନଲେସ୍ କଳିଙ୍ଗନଗରର ସୁରକ୍ଷା ବିଭାଗର କମାଣ୍ଡୋ ଟିମର ସଦସ୍ୟା ସାଗରିକା ସୋରେନଙ୍କୁ ‘ଲିଙ୍ଗ ଓ ବିବିଧତା' ବର୍ଗରେ ସମ୍ମାନଜନକ ‘ୱିଙ୍ଗସ୍ ଅଫ୍ ଷ୍ଟିଲ୍' ପୁରସ୍କାର ପ୍ରଦାନ କରାଯାଇଛି । 
ଅନେକଙ୍କ ପାଇଁ ପ୍ରେରଣା ସାଜିଥିବା ସାଗରିକାଙ୍କୁ ତାଙ୍କ ନେତୃତ୍ତ୍ୱ ଓ ଅଗ୍ରଣୀ ମାନସିକତା ପାଇଁ ନୂଆଦିଲ୍ଲୀରେ ଆୟୋଜିତ ଭାରତୀୟ ଷ୍ଟିଲ କନକ୍ଲେଭର ପଞ୍ଚମ ସଂସ୍କରଣରେ ଷ୍ଟିଲ ସେକ୍ରେଟାରୀ ନଗେନ୍ଦ୍ର ନାଥ ସିହ୍ନା ଏହି ପୁରସ୍କାର ପ୍ରଦାନ କରିଥିଲେ । ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଦୃଢ଼ ସାହସ ଓ ସଂକଳ୍ପ ଦେଖାଇଥିବା ଯୋଗୁଁ ସାଗରିକାଙ୍କୁ କେନ୍ଦ୍ର ଭାରୀ ଶିଳ୍ପ ଏବଂ ଇସ୍ପାତ ମନ୍ତ୍ରୀ, ଏଚଡି କୁମାରସ୍ୱାମୀ ଜୁରୀ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରିଥିଲେ । ସାଗରିକା, ଜିନ୍ଦଲ ଷ୍ଟେନଲେସ୍ରେ ହାଉସକିପିଂ ଷ୍ଟାଫ୍ ଭାବେ କର୍ମ ଜୀବନ ଆରମ୍ଭ କରିଥିଲେ । ତାଙ୍କର ଉଲ୍ଲେଖନୀୟ ନେତୃତ୍ତ୍ୱ ଗୁଣ ଏବଂ ଉକôର୍ଷତା ପ୍ରତି ପ୍ରତିବଦ୍ଧତା ଯୋଗୁଁ ସେ କମାଣ୍ଡୋ ଟିମରେ ସାମିଲ ହୋଇପାରିଥିଲେ । ଓଡ଼ିଶାର ମୟୂରଭଞ୍ଜର ବୁଢୀଖମାରୀ ଗାଁରେ ଜନ୍ମଗ୍ରହଣ କରିଥିବା ସାଗରିକାଙ୍କୁ ତାଙ୍କ ପରିବାରକୁ ଆର୍ଥôକ ସହାୟତା ଦେବା ପାଇଁ ମ୍ୟାଟ୍ରିକ ପରେ ପାଠପଢା ବନ୍ଦ କରିବାକୁ ପଡିଥିଲା । ସବୁ ପ୍ରତିଘାତ ସତ୍ତ୍ୱେ ସେ ଅଟଳ ରହିଥିଲେ । ନିଷ୍ଠା ଓ ଦୃଢ଼ ମନୋବଳ ଯୋଗୁଁ ତାଙ୍କୁ ସ୍ୱୀକୃତି ମିଳିଥିଲା । ଉକôୃଷ୍ଟ ପ୍ରଦର୍ଶନ ପାଇଁ ସେ ଦୁଇଟି ପୁରସ୍କାର ପାଇଥିଲେ । ତାଙ୍କ ନେତୃତ୍ୱ ଗୁଣ ଏବଂ ଶୃଙ୍ଖଳା ଖୁବ୍ ଶୀଘ୍ର ନଜରକୁ ଆସିଥିଲା । ଯାହା ଫଳରେ କମାଣ୍ଡୋ ଟିମରେ ଜଣେ ସୁରକ୍ଷା କର୍ମୀ ଭାବରେ ତାଙ୍କ ପ୍ରଶିକ୍ଷଣ ପାଇଁ ପଥ ପ୍ରଶସ୍ତ ହୋଇଥିଲା । ବୃତିଗତ ଦାୟିତ୍ୱ ବ୍ୟତୀତ ଶ୍ରୀମତୀ ସୋରେନ୍ ନିଜ ଗୋଷ୍ଠୀ ଲୋକଙ୍କ କଥାବୁଝନ୍ତି । ସେ ଖାଲି ସମୟରେ ନିଜ ଗାଁରେ ପିଲାମାନଙ୍କୁ ପାଠ ପଢ଼ାଇବା ସହ ଜ୍ଞାନ ଓ ଦକ୍ଷତା ବାଣ୍ଟିନ୍ତି । ଏହି ଅବସରରେ ଜିନ୍ଦଲ ଷ୍ଟେନଲେସର ପରିଚାଳନା ନିଦେ୍ର୍ଦଶକ, ଶ୍ରୀ ଅଭୁ୍ୟଦୟ ଜିନ୍ଦଲ କହିଛନ୍ତି, ଆଇଏସଏ ପକ୍ଷରୁ ସୁଶ୍ରୀ ସୋରେନଙ୍କୁ ପୁରସ୍କାର ମିଳିବା ଏକ ଗୌରବର ବିଷୟ । ତାଙ୍କ ନିଷ୍ଠା, ନେତୃତ୍ତ୍ୱ ଓ ସାହସ ପ୍ରେରଣାଦାୟକ । ଜିନ୍ଦଲ ଷ୍ଟେନଲେସରେ ଆମେ ବିଶ୍ୱାସ କରୁ ଯେ ସୁଯୋଗ ମିଳିଲେ ମହିଳାମାନେ ବହୁତ ଆଗକୁ ଯାଇପାରିବେ । ଆମେ ଏପରି ଏକ କର୍ମକ୍ଷେତ୍ର ସୃଷ୍ଟି କରିବାକୁ ପ୍ରତିଶ୍ରୁତିବଦ୍ଧ । ଯେଉଁଠି ମହିଳା ସଶକ୍ତ ହୋଇ ଲକ୍ଷ୍ୟ ହାସଲ କରିବା ସହ ସକାରାତ୍ମକ ପ୍ରଭାବ ଆଣିପାରିବେ । ପୁରସ୍କାର ଗ୍ରହଣ କରିବା ପରେ ସୁଶ୍ରୀ ସୋରେନ କହିଛନ୍ତି । ଏହିସମ୍ମାନ ଜନକ ପୁରସ୍କାର ପାଇବା ମୋ’ପାଇଁ ଏକ ବଡ଼ ଉପଲବ୍ଧି । ପୃଷ୍ଠଭୂମି ନିର୍ବିଶେଷରେ ମହିଳାମାନେ ଯେକୌଣସି କ୍ଷେତ୍ରରେ ଉକôୃଷ୍ଟ ହୋଇପାରିବେ । ଏହି ବିଶ୍ୱାସର ଏହା ଏକ ପ୍ରମାଣ । ଜିନ୍ଦଲ ଷ୍ଟେନଲେସରେ ମୋତେ ମିଳିଥିବା ସମର୍ଥନ ଏବଂ ସୁଯୋଗ ପାଇଁ ମୁଁ କୃତଜ୍ଞ । ସାହସ ଏବଂ ଦୃଢ଼ ସଂକଳ୍ପ ସହିତ କ୍ୟାରିଅରରେ ଆଗକୁ ବଢ଼ିବା ଦିଗରେ ଅନ୍ୟମାନଙ୍କୁ ଉତ୍ସାହିତ କରିବା ପାଇଁ ମୁଁ ପ୍ରତିବଦ୍ଧ । ଆଇଏସଏ ଭାରତୀୟ ଲୌହ ଏବଂ ଇସ୍ପାତ ଶିଳ୍ପ ପାଇଁ ଏକ ପ୍ଲାଟଫର୍ମ ଭାବରେ ଉଭା ହୋଇଛି । ଯାହା ଭାରତ ଭିତରେ ଏବଂ ଭାରତ ବାହାରେ ସରକାର ଏବଂ ଅନ୍ୟ ଅଂଶୀଦାରଙ୍କ ସହିତ ଏହାର ସଦସ୍ୟମାନଙ୍କ ସାଧାରଣ ସମସ୍ୟା, ଚିନ୍ତା ଏବଂ ଆହ୍ୱାନକୁ ଆଲୋଚନା କରେ ।