ଆଶ୍ରମରେ ରହି ପାଠ ପଢୁଥିଲେ ନାବାଳିକା: ମିଳୁନି ପତ୍ତା

ବରଗଡ଼ ଜିଲ୍ଲାରେ ଆଉ ଜଣେ ନିଖୋଜ ନାବାଳିକାଙ୍କ ମିଳୁନି ପତ୍ତା । ବରଗଡ଼ ଜିଲ୍ଲା ଡାଙ୍ଗ ଗାଁର ଜଣେ ନାବାଳିକା ଦେବୀ ଆଶ୍ରମରେ ରହି ନବମ ଶ୍ରେଣୀରେ ପାଠ ପଢୁଥିଲେ । ଗତ ୨୦ ତାରିଖରୁ ନାବାଳିକାଙ୍କର ପତ୍ତା ମିଳୁନାହିଁ । ୨୦ ତାରିଖ ସନ୍ଧ୍ୟା ସମୟରେ ବାହାରକୁ ବୁଲି ଯାଇଥିବା ବେଳେ ଆଶ୍ରମକୁ ଫେରି ନଥିଲେ । ଏନେଇ ନାବାଳିକାଙ୍କ ବାପା ବରଗଡ ଟାଉନ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୋଲିସ ହାତ ଖାଲି ।  ଅନ୍ୟପଟେ ସେହିଦିନ ବରଗଡ ସ୍ଥିତ ସାର ଫ୍ୟାକ୍ଟ୍ରି ନଦୀ ପଡାରୁ ମଧ୍ୟ ଜଣେ ନାବାଳିକା ନିଖୋଜ ଥିଲେ । ତାଙ୍କ ମୃତଦେହ ହୀରାକୁଦ ଜଙ୍ଗଲରୁ ମିଳିଥିବା ବେଳେ ହତ୍ୟା ଓ ଦୁଷ୍କର୍ମ କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି । ତେବେ ଗୋଟିଏ ଦିନ ଦୁଇ ନାବାଳିକାଙ୍କ ନିଖୋଜ ଘଟଣା ପୋଲିସ ପାଇଁ ଅଡୁଆ ସୃଷ୍ଟି କରିଛି ।