କାର୍ଯ୍ୟକାରୀ ହେଲାନି ବଦଳି ଆଦେଶ , ଭାଗ୍ୟକୁ ଆଦରି ଘରେ ବସିଛନ୍ତି ପ୍ରଧାନ ଗୁରୁଜୀ
ାା ପ୍ରଭାନୁ୍ୟଜ ।ା ଯାଜପୁର :: ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କ ଯୋଜନାରେ ସାରା ଉକôଳ ପ୍ରାନ୍ତରେ ଚାଲିଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରି ଶୃଙ୍ଖଳାର ବାର୍ତ୍ତା ପ୍ରଚାର କରୁଛି । କିନ୍ତୁ ଜନୈକ ପ୍ରଧାନ ଗୁରୁଜୀ ଦୀର୍ଘ ଦୁଇମାସ ହେଲା ଭାଗ୍ୟକୁ ଆଦରି ଘରେ ବସିବା ଘଟଣା ଶିକ୍ଷା ବିକାଶ ସମିତିରେ ଚାଲିଥିବା ଶୃଙ୍ଖଳା ଭିତରେ ବିଶୃଙ୍ଖଳା ଲୁଚିରହିଥିବା ଘଟଣା ପଦାରେ ପକାଇ ଦେଇଛି । ଘଟଣାରୁ ପ୍ରକାଶ ଯେ ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କ ବଦଳି ଆଦେଶ କ୍ରମାଙ୍କ ୬୩୨/୨୪ ତା ୧୪ା୬ା୨୦୨୪ ରିଖ ଅନୁଯାୟୀ ଯାଜପୁର ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରକୁ ମାଧପୁର ସୁକିନ୍ଦାର ପ୍ରଧାନ ଆଚାର୍ଯ୍ୟ ବିଭୂତି ଭୂଷଣ ଖଣ୍ଡାୟୀଙ୍କର ବଦଳି ହୋଇଥିଲା । ଏହି ବଦଳି ଆଦେଶ ଅନୁଯାୟୀ ତା ୩୦ା୬ା୨୦୨୪ ରିଖ ସୁଦ୍ଧା କାର୍ଯ୍ୟ କରୁଥିବା ଅନୁଷ୍ଠାନରୁ ଅବ୍ୟାହତି ନେଇ ନୂତନ କାର୍ଯ୍ୟ କ୍ଷେତ୍ରରେ ଯୋଗ ଦେବା କଥା । ତଦନୁସାରେ ସୁକିନ୍ଦାର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଖଣ୍ଡାୟୀ ତାଙ୍କ ଶିଶୁ ବିଦ୍ୟାମନ୍ଦିରର ପତ୍ରାଙ୍କ ୮୮/୨୪ତା୨ା୭ା୨୦୨୪ରିଖ ଅନୁଯାୟୀ ସେଠାରୁ ଅବ୍ୟାହତି ନେଇ ନୂତନ କାର୍ଯ୍ୟ କ୍ଷେତ୍ରକୁ କାର୍ଯ୍ୟରେ ଯୋଗଦେବା ପାଇଁ ଆସିଥିଲେ । ମାତ୍ର ଯାଜପୁର ନଗର ଶିଶୁବିଦ୍ୟା ମନ୍ଦିରର ସମ୍ପାଦକ ଶ୍ରୀଯୁକ୍ତ ଖଣ୍ଡାୟୀଙ୍କୁ କାର୍ଯ୍ୟରେ ଯୋଗଦାନ କରାଇ ଦେଲେ ନାହିଁ । ଫଳରେ ଶ୍ରୀଯୁକ୍ତ ଖଣ୍ଡାୟୀ ସେହିଦିନ ଠାରୁ କର୍ମକୁ ଆଦରି ଘରେ ବସିଛନ୍ତି । ଶ୍ରୀଯୁକ୍ତ ଖଣ୍ଡାୟୀ ଏ ସମ୍ପର୍କରେ ଶିକ୍ଷା ବିକାଶ ସମିତିଙ୍କୁ ଅବଗତ କରାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନଥିବା କଥା ଜଣାପଡିଛି । ପ୍ରକାଶ ଥାଉକି, ଶିକ୍ଷା ବିକାଶ ସମିତିଙ୍କ ବଦଳି ଆଦେଶକୁ ଅନେକ ଗୁରୁଜୀ ଅବମାନନା କରିବା ବେଳେ ଶିକ୍ଷା ବିକାଶ ସମିତି ତାଙ୍କ ଉପର କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ଏପରି ଅବସ୍ଥା ଘଟୁଥିବା ଜଣାପଡିଛି । ଗତ ଶିକ୍ଷା ବର୍ଷରେ ମଧ୍ୟ ଶ୍ରୀଯୁକ୍ତ ଖଣ୍ଡାୟୀଙ୍କର ଏପରି ଅବସ୍ଥା ଘଟିଥିଲା । ଜୀବନର ୨୩ ବର୍ଷ କାଳ ଶିଶୁ ବିଦ୍ୟା ମନ୍ଦିରରେ ଶିକ୍ଷା ଦାନ କରିବା ପରେ ଏବେ ସେ କିପରି ନିଜର ଜୀବିକା ନିର୍ବାହ କରିବେ ବୋଲି ଦୀର୍ଘ ଦୁଇ ମାସ ହେଲା ଭାବୁଛନ୍ତି । ଶିକ୍ଷା ବିକାଶ ସମିତି ତୁରନ୍ତ ଏଦିଗରେ ପଦକ୍ଷେପ ଗ୍ରହଣ କରି ଶ୍ରୀଯୁକ୍ତ ଖଣ୍ଡାୟୀଙ୍କୁ ବଞ୍ଚିିବାର ରାହା ଦେଖାଇବାକୁ ଆଜିର ପବିତ୍ର ଗୁରୁଦିବସ ଅବସରରେ ଏହି ପ୍ରତିନିଧିଙ୍କୁ କହିଛନ୍ତି ।