ପାୱାର କରିଡ଼ରରେ ହଇଚଇ
bishnupada sethy

ଭୁବନେଶ୍ୱର : ପାୱାର କରିଡ଼ରରେ ହଲଚଲ ସୃଷ୍ଟିହୋଇଛି । ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ ଆସିବା ପରେ ଆଉ କେତେଜଣ ଆଇଏଏସ ଚିନ୍ତାରେ ପଡ଼ିଯାଇଛନ୍ତି । କାହିଁକିନା ଏକାଧିକ ଆଇଏଏସଙ୍କ ସଂପୃକ୍ତିକୁ ନେଇ ଚର୍ଚ୍ଚା ଚାଲିଛି । ଲାଞ୍ଚ ନେଇ ଠିକାଦାରଙ୍କୁ ପ୍ରତିପୋଷଣ କରାଯାଉଥିଲା । ଅଡ଼ୁଆରେ ପଡ଼ି ଯାଇଛନ୍ତି ଆଇଏଏସ ବିଷ୍ଣୁପଦ ସେଠୀ । ବ୍ରିଜ ଆଣ୍ଡ ରୁଫ କର୍ପୋରେସନର ଜିଜିଏମ ୧୦ ଲକ୍ଷ ଟଙ୍କାର ଲାଞ୍ଚ ନେବା ଘଟଣାରେ ସିବିଆଇ ଏବେ ଖୋଳତାଡ଼ କରୁଥିବାବେଳେ ବିଷ୍ଣୁପଦ ବି ସ୍କାନରକୁ ଆସି ଯାଇଛନ୍ତି । ଗତକାଲି ବିଷ୍ଣୁପଦଙ୍କ ଡ୍ରାଇଭରଙ୍କୁ ସିବିଆଇ ସମନ କରିଥିଲା । ବିଷ୍ଣୁପଦଙ୍କ ଗାଡ଼ିର ଡ୍ରାଇଭରମାନଙ୍କ ସବିଶେଷ ତାଲିକା ସିବିଆଇ ମାଗିଥିଲା । ଆଜି କିନ୍ତୁ ବିଷ୍ଣୁପଦଙ୍କୁ ମଧ୍ୟ ସିବିଆଇ ସମନ କରିଛନ୍ତି । ଡ୍ରାଇଭରମାନଙ୍କ ସହ ବିଷ୍ଣୁପଦଙ୍କୁ ବି ସିବିଆଇ ଜେରା କରିବାର ସମ୍ଭାବନା ରହିଛି । ଆଦିତ୍ୟ ଦେବ ଇନଫ୍ରାଟେକ୍ କମ୍ପାନୀ ଠିକାକାମ ପାଇଁ ଲାଞ୍ଚ ଦେଉଥିବା ନେଇ ପ୍ରମାଣ ମଧ୍ୟ ମିଳିଛି । ମେ’ ଫେୟାର ସାମ୍ନାରେ ଥିବା ଏକ ମର୍ସିଡିଜ୍ କାରରୁ ଟଙ୍କା ଓ ସୁନା ଜବତ ହୋଇଯାଇଛି । ଏହାପଛରେ ଆହୁରି ଅନେକ ପ୍ରଭାବଶାଳୀ ଲୋକ ଥାଇପାରନ୍ତି ବୋଲି କୁହାଯାଉଛି ।