ପୂରଣ ହେବ ୨୩୬୯ ହୋମଗାର୍ଡ ପଦବୀ

HomeGuard Employment

ପୂରଣ ହେବ ୨୩୬୯ ହୋମଗାର୍ଡ ପଦବୀ

ଭୁବନେଶ୍ୱର : ରାଜ୍ୟରେ ହୋମଗାର୍ଡଙ୍କ ନିଯୁକ୍ତି ଉପରେ ଥିବା ରହିତାଦେଶକୁ ପ୍ରତ୍ୟାହୃତ କରିଛନ୍ତି ରାଜ୍ୟ ସରକାର  । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏହି ରହିତାଦେଶ ପ୍ରତ୍ୟାହୃତ ହୋଇଛି  । ଏହାଦ୍ୱାରା ରାଜ୍ୟରେ ଖାଲିଥିବା ହୋମ ଗାର୍ଡ ପଦବୀ ଖୁବ୍‌ ଶୀଘ୍ର ପୂରଣ ହୋଇପାରିବ  ।

ସୂଚନାଯୋଗ୍ୟଯେ, ରାଜ୍ୟରେ ସମୁଦାୟ ହୋମ ଗାର୍ଡ ପଦବୀ ସଂଖ୍ୟା ୧୭,୬୭୫ ଥିବା ବେଳେ ୧୫,୩୦୬  ହୋମ ଗାର୍ଡ କାର୍ଯ୍ୟରତ ଅଛନ୍ତି  । ଏବେ ୨୩୬୯ ପଦବୀ ଖାଲି ଅଛି  । ଏହି ନିଷ୍ପତ୍ତି ଦ୍ୱାରା ଖାଲି ଥିବା ପଦବୀଗୁଡ଼ିକ ଆବଶ୍ୟକତା ଅନୁଯାୟୀ ପୂରଣ କରାଯାଇ ପାରିବ ।