ପ୍ଲାନେଟାରିୟମ ଓ କଣ୍ଟିଲୋ ୱାର୍କସେଡ ନିର୍ମାଣ କେବେ?  

 ଖଣ୍ଡପଡ଼ା  : ଖଣ୍ଡପଡ଼ା ସହରର ବିଶ୍ୱ ବିଖ୍ୟାତ ଜ୍ୟୋତିର୍ବିଦ ପଠାଣି ସାମନ୍ତଙ୍କ ସ୍ମୃତି ରକ୍ଷା ଉଦେ୍ଦଶ୍ୟରେ ଖଣ୍ଡପଡ଼ାରେ ଏକ ପ୍ଲାନେଟାରିୟମ ପ୍ରତିଷ୍ଠା ସହ କଣ୍ଟିଲୋ ଙ୍କସା, ପିତଳ କାରିଗରମାନଙ୍କ କଲ୍ୟାଣ ନିମନ୍ତେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ୨ ଟି ନୂଆ ପ୍ରକଳ୍ପ ନିମନ୍ତେ ସରକାରଙ୍କ ଅନୁଦାନ ଅର୍ଥ ମଞ୍ଜୁର କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇ ନଥିବା ସରକାରୀ ସୁତ୍ରରୁ ଜଣାପଡିଛି । ପ୍ଲାନେଟାରିୟମ ନିର୍ମାଣ ନିମନ୍ତେ ଆବଶ୍ୟକୀୟ ସରକାରୀ ଜାଗା ଚିହ୍ନଟ ପ୍ରକ୍ରିୟା ଏବେ ବି ଖଣ୍ଡପଡ଼ା ତହସିଲ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇ ନାହିଁ । ସରକାରଙ୍କ ପକ୍ଷରୁ ଅନୁଦାନ ଅର୍ଥ ମଞ୍ଜୁର ସତ୍ତ୍ୱେ ପ୍ରଶାସନିକ ଅଧିକାରୀଙ୍କ ଉଦାସିନତା ମନୋଭାବ ଯୋଗୁଁ  ପ୍ଲାନେଟୋରିୟମ ନିର୍ମାଣକାର୍ଯ୍ୟ ହୋଇପାରୁ ନଥିବାରୁ ଅଞ୍ଚଳବାସିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି । ସେହିପରି ଆବଶ୍ୟକ ସରକାରି ଜାଗା ଅଭାବରୁ କଣ୍ଟିଲୋ ଠାରେ ଙ୍କସା, ପିତ୍ତଳ କାରିଗରୀ ନିମନ୍ତେ ୱାର୍କସେଡ୍ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନାହିଁ । ଉକ୍ତ ୨ ଟି କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ପାଇଁ ସରକାରଙ୍କ ଠାରେ ଖଣ୍ଡପଡା ଅଞ୍ଚଳ ବାସି ଓ ସଚେତନ ବୁଦ୍ଧିଜୀବୀ ଦାବି କରିଛନ୍ତି । ଅପରପକ୍ଷରେ ଖଣ୍ଡପଡ଼ା ଏନ୍ଏସି ୧୩ ନଂ ୱାର୍ଡ ସ୍ଥିତ ପଠାଣି ସାମନ୍ତ ସଂଗ୍ରହାଳୟର ରକ୍ଷଣାବେକ୍ଷଣ ଦାୟିତ୍ୱ ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।