ଆମ ବଜେଟ ଲୋକାଭିମୁଖୀ: କନକ 

 ଆସିକା : ଭାରତୀୟ ଜନତା ପାର୍ଟିର ନିଦେ୍ର୍ଦଶ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିଗଦର୍ଶନ ପ୍ରକାରେ କେନ୍ଦ୍ର ବଜେଟ ସାଧାରଣ ବର୍ଗର ଲୋକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକଙ୍କୁ ସୁହାଇଲା ଭଳି ଏହି ପୂର୍ଣାଙ୍ଗ ବଜେଟ ପ୍ରସ୍ତୁତି ହୋଇଥିବା ଯୋଗୁଁ ଏହାକୁ ଜନ ସାଧାରଣ ମଧ୍ୟରେ ସଚେତନତା କରାଇବା ସକାଶେ ନିର୍ବାଚିତ ପ୍ରତିନିଧି ଦାୟିତ୍ୱ ଅର୍ପଣ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ସୂଚନା ଦେଇଛନ୍ତି । ସେହିଭଳି ଯେଉଁ ରାଜ୍ୟଙ୍କରେ ଡବଲ ଇଜିନ ସରକାର ଗଠିତ ହୋଇଛି । ସେଠିକା ମନ୍ତ୍ରୀ ଓ ବିଧକୟକଙ୍କ ଅଧିକ ଗୁରୁତ୍ୱ ରହିଛି ବୋଲି ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସି ଦେଓ ଦଳୀୟକର୍ମୀ ଓ ବିଧାୟକଙ୍କ ସହ ଆସିକାରେ ପହଁଚି କେନ୍ଦ୍ର ଓ ରାଜ୍ୟ ବଜେଟର ଆଲୋଚନା କାଯ୍ୟକ୍ରମରେ ବୁଦ୍ଧିଜୀବୀ ଓ ଜନସାଧାରଣ ସାମ୍ବାଦିକ ସମ୍ମିଳନୀରେ ଏହି ବଜେଟ ଲୋକଙ୍କୁ କେତେ ସୁହାଇଛି ତାହା ଉପରେ ସୂଚନା ଦେଇଥିଲେ । ବଜେଟରେ ଉଲ୍ଲେଖନୀୟ ସ୍ଥାନ ପାଇଥିବା ରେଳ, କୃଷି, ଗମନାଗମନ, ଟେକ୍ସ ଛାଡ଼,ଶିଳ୍ପ ଓ ଲଘୁ ଉଦ୍ୟଗ ଭଳି ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ପୂର୍ବ ବଜେଟ ଅପେକ୍ଷା ଅଧିକ ଅର୍ଥ ରାଶି ଚଳିତ  ବଜେଟରେ ବିନିଯୋଗ ହୋଇଥିବାରୁ ତାହା ଲୋକଲୋଚନକୁ ଆଣି କେନ୍ଦ୍ର ଓ ରାଜ୍ୟ ର ଦଳୀୟ ନେତା ମନ୍ତ୍ରୀ, ବିଧାୟକ ଓ ସାସଦକୁ ଏହି ଦାୟିତ୍ୱ ଦିଆଯାଇଥିବା ଶ୍ରୀ ଦେଓ ସୂଚନା ଦେଇଥିଲେ । ରାଜ୍ୟ ବଜେଟ ଉପରେ ଆଲୋଚନାଚକ୍ର ଓ ସାମ୍ବାଦିକ ସମ୍ମିଳନୀ ଆସିକା ପୁରୁଣା ଅଶୋକା ସିନେମା ହଲ ମଧ୍ୟରେ ଆଗାମୀ ଆର୍ଥିକ ବର୍ଷର ବଜେଟ ଉପରେ ଆଲୋଚନାଚକ୍ର ଏବଂ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ର ବଜେଟରୁ ଓଡିଶାକୁ କିଭଳି ସିଂହ ଭାଗ ମିଳିବ ସେ ନେଇ ଓଡିଶାର ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହ ଦେଓ ପ୍ରକାଶ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଆସ୍କା ସଂଗଠନ ଜିଲ୍ଲା ସଭାପତି ବିଜୟ କୁମାର ସ୍ୱାଇଁଙ୍କ ଅଧକ୍ଷତାରେ ଆସିକା ଲୋକସଭା ସାଂସଦ ଅନିତା ଶୁଭଦର୍ଶନୀ, ଆସିକା ବିଧାୟକ ସରୋଜ କୁମାର ପାଢ଼ୀ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଭଞ୍ଜନଗର ବିଧାୟକ ପ୍ରଦୁ୍ୟମ୍ନ କୁମାର ନାୟକ, ସାନଖେମୁଣ୍ଡି ବିଧାୟକ ପାର୍ଥୀ ଉତ୍ତମ ପାଣିଗ୍ରାହୀ, ହିଞ୍ଜିଳି ବିଧାୟକ ପାର୍ଥୀ ଶିଶିର ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଶିଳ୍ପ, ଶକ୍ତି,ପର୍ଯ୍ୟଟନ,ଓ ଅନୁସଙ୍ଗିକ ଭିତିଭୂମି କ୍ଷେତ୍ରରେ ଅଗ୍ରଗତି ମିଳିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଆସିକା ବ୍ଲକ ଉପାଧ୍ୟକ୍ଷା ରେଶମା ଦୋରା, କବିସୂର୍ଯ୍ୟନଗର ବ୍ଲକର ଭାରପ୍ରାପ୍ତ ଅଧକ୍ଷ ବିରେନ ଖଟେଇ, କୋଦଳା ଏନଏସି ଅଧକ୍ଷ ଆତ୍ମା ଅଧକ୍ଷ ବିଜୟ ସ୍ୱାଇଁ, ବରିଷ୍ଠ ବିଜେପି ନେତା ଶିବ ନାୟକ, ଯୁବ ବିଜେପି ନେତା ସନ୍ଦୀପ ପାଢ଼ୀ, ସଂଗୀତ ପାଢ଼ୀ, କାଉନସିଲର ରାଘବ ସିଅ, ବରିଷ୍ଠ ବିଜେପି ନେତା ନାରାୟଣ ବେହେରା, ଡାକ୍ତର ଶ୍ୟାମଘନ ବିଶ୍ୱାଳ,ସମେତ ବହୁ ବିଜେପି ମଣ୍ଡଳ, ନଗର ସଭାପତି, ସଦସ୍ୟ ଯୋଗ ଦେଇଥିଲେ ।