ନିର୍ବାଚନ ପର୍ବରେ ଅଧିକରୁ ଅଧିକ ଭୋଟ୍ ଦେବା ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ
ମାଲକାନଗିରି,: ଆସନ୍ତା ମେ ୧୩ରେ ଜିଲ୍ଲାରେ ସାଧାରଣ ନିର୍ବାଚନ ହେବ । ଭୋଟରମାନେ ନିଜର ମତଦାନ କରିବେ । ଅଧିକରୁ ଅଧିକ ଭୋଟର ନିର୍ବାଚନ ପର୍ବରେ ଅଂଶ ଗ୍ରହଣ କରି ନିଜର ମତଦାନ କରିବା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସଚିନ ପାୱାର ଜିଲ୍ଲାପାଳ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆହ୍ୱାନ କରିଛନ୍ତି । ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ପ୍ରାୟ ୪ ଲକ୍ଷ ୫୨ ହଜାର ୫୪୪ ଭୋଟର ରହିଛନ୍ତି । ଏହି ଭୋଟରଙ୍କ ନିମନ୍ତେ ୫୪୭ଟି ବୁଥ୍ ବ୍ୟବସ୍ଥା କରାଯାଇଛି । ସେଥିମଧ୍ୟରୁ ୩୦ଟି ସଖୀ ବୁଥ୍ ରହିଛି ଯାହା ସଂପୂର୍ଣ୍ଣ ରୂପେ ମହିଳାମାନଙ୍କ ଦ୍ୱାରା ପରି·ଳିତ ହେବ । ସେହିପରି ଭିନ୍ନକ୍ଷମଙ୍କ ନିମନ୍ତେ ୨ ଗୋଟି ବୁଥ୍ ବ୍ୟବସ୍ଥା କରାଯାଇଛି । ୧୦ ଟି ୟୁଥ୍ ବୁଥ୍ ରହିଛି ଯାହା ସଂପୂର୍ଣ୍ଣ ରୂପେ ୩୦ ବର୍ଷରୁ କମ୍ ଅଧିକାରୀ ତଥା କର୍ମ·ରୀଙ୍କ ଦ୍ୱାରା ପରି·ଳିତ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ମତଦାନ କେନ୍ଦ୍ରରେ ପୁରୁଷ ଓ ମହିଳାଙ୍କ ନିମନ୍ତେ ସ୍ୱତନ୍ତ୍ର ଶୌ·ଳୟ, ଭିନ୍ନକ୍ଷମ ତଥା ବାର୍ଦ୍ଧକ୍ୟଙ୍କ ନିମନ୍ତେ ରାମ୍ପ, ଭୀଷଣ ଖରା ଦାଉରୁ ରକ୍ଷା ପାଇଁ ଛାତ ଉପରେ ବ୍ୟବସ୍ଥା, ଜଳଛତ୍ର, ପର୍ଯ୍ୟାପ୍ତ ଓଆରଏସ ଓ ଆବଶ୍ୟକୀୟ ଔଷଧ ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ବୁଥ୍ରେ ନିର୍ବାଚନରେ ନିୟୋଜିତ ଅଧିକାରୀ ତଥା ମତଦାତାଙ୍କୁ ସହାୟତା ନିମନ୍ତେ ଦୁଇ ଜଣ ଲେଖାଏଁ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି । ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ଜିଲ୍ଲାରେ ୧୧୪ଟି ସମ୍ବେଦନଶୀଳ ବୁଥ୍ ରହିଥିବା କଥା ଜିଲ୍ଲାପାଳ ସୂଚନା ଦେଇଛନ୍ତ । ସେ ଆହୁରି ମଧ୍ୟ କହିଛନ୍ତି ମାଲକାନଗିରି ଜିଲ୍ଲା ଅତ୍ୟଧିକ ଖରା ହେଉଥିବା ହେତୁ ଭୋଟରମାନଙ୍କୁ ଯଥା ସମ୍ଭବ ପୂର୍ବାହ୍ନ ଖରା କମ୍ ରହୁଥିବା ସମୟରେ ମତଦାନ କେନ୍ଦ୍ରକୁ ଆସି ଭୋଟ ଦେବାକୁ ଅନୁରୋଧ କରିଥିଲେ । ଅନ୍ୟାନ୍ୟ ଜିଲ୍ଲା ମାନଙ୍କରେ ୭ରୁ ୬ ଟା ପର୍ଯ୍ୟନ୍ତ ମତଦାନ ସମୟ ରହୁଥିବା ବେଳେ ଆମ ଜିଲ୍ଲାରେ ଏହାକୁ ୭ରୁ ୫ଟା ପର୍ଯ୍ୟନ୍ତ ରଖାଯାଇଛି ବୋଲି କୁହାଯାଇଛି । ସେହିପରି ସ୍ୱାଭିମାନ ଅଂଚଳ ପାଇଁ ମଧ୍ୟ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ପ୍ରଥମ ଥର ପାଇଁ ସ୍ୱାଭିମାନ ଅଂଚଳରେ ସାଧାରଣ ନିର୍ବାଚନ ହେଉଛି । ଏହି ଅଞ୍ଚଳର ଯନ୍ତ୍ରୀ ଓ ସନ୍ୟାସୀଗୁଡା ଠାରେ ମତଦାନ କେନ୍ଦ୍ର କରାଯାଇଛି । ପୋଲିଂ ଅଧିକାରୀଙ୍କ ଯାତାୟାତର ମଧ୍ୟ ସଂପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି । ଯେହେତୁ ମାଲକାନଗିରି ଜିଲ୍ଲା ଅନ୍ୟ ରାଜ୍ୟ ସୀମା ସହ ସଂଲଗ୍ନ ରହିଥିବାରୁ ସୁରକ୍ଷା ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ସୀମା ସୁରକ୍ଷା ବାହିନୀ ଏଥି ନିମନ୍ତେ ମୁତୟନ ଅଛନ୍ତିି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ, ବେଦବର ପ୍ରଧାନ, ରିଟର୍ଣିଂ ଅଧିକାରୀ, ସୋମନାଥ ପ୍ରଧାନ, ଦୁର୍ଯ୍ୟଧନ ଭୋଇ ଓ ଅତିରିକ୍ତ ଉପ ଜିଲ୍ଲାପାଳ ଜଗେଶ୍ୱର ନାୟକ ଉପସ୍ଥିତ ଥିଲେ ।