ନିର୍ବାଚନ ନେଇ ବଦଳିଲା ଜେଇଇ ମେନ ପରୀକ୍ଷା ତାରିଖ

ନିର୍ବାଚନ ନେଇ ବଦଳିଲା ଜେଇଇ ମେନ ପରୀକ୍ଷା ତାରିଖ


ନୂଆଦିଲ୍ଲୀ : ଦେଶରେ ଏବେ ନିର୍ବାଚନୀ ମାହୋଲ । ଦେଶରେ ୭ଟି ପର୍ଯ୍ୟାୟରେ ଭୋଟିଂ ହେବ । ଏପ୍ରିଲ ୧୯ରୁ ଜୁନ୍ ୧ ଯାଏଁ ·ଲିବ ନିର୍ବାଚନ । ଏଥିଯୋଗୁ ବିଭିନ୍ନ କମ୍ପିଟେଟିଭ ଓ ପ୍ରବେଶିକା ତଥା ଏଣ୍ଟ୍ରାନସ ପରୀକ୍ଷା ତାରିଖରେ ପରିବର୍ତ୍ତନ କରାଯାଇଛି । ଜେଇଇ ମେନ, ୟୁପିଏସସି ପ୍ରିଲିମନାରୀ, ନିଟ ପିଜି, କେସିଇଟି, ଏମଏଚଟି ସିଇଟି,  ଟିଏସ ଇଏପିସିଇଟି, ଟିଏସ ପଲିସିଟ, ଆଇସିଏଆଇ ସିଏ  ପରୀକ୍ଷା ପ୍ରଭାବିତ ହୋଇଛି । ଜେଇଇ ମେନ ୨୦୨୪ ଦ୍ୱିତୀୟ ପର୍ଯ୍ୟାୟ ପ୍ରବେଶିକା ପରୀକ୍ଷା ପୂର୍ବ କାର୍ଯ୍ୟସୂଚୀ ଏପ୍ରିଲ ୪ରୁ ୧୫ ପରିବର୍ତ୍ତେ ଏପ୍ରିଲ ୪ରୁ ୧୨ରେ ହେବ । ତେବେ ଜେଇଇ ଆଡଭାନ୍ସଡ ପରୀକ୍ଷାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ପୂର୍ବ ନିର୍ଦ୍ଧାରିତ ତାରିଖ ମେ' ୨୬ ରେ ହିଁ ପରୀକ୍ଷା ଅନୁଷ୍ଠିତ ହେବ । ୟୁପିଏସସି  ପ୍ରିଲିମନାରୀ ଗୁଡିକ ବର୍ତ୍ତମାନ ମେ' ୨୬ ପରିବର୍ତ୍ତେ ଜୁନ୍ ୧୬ରେ ଅନୁଷ୍ଠିତ ହେବ ।  ସେହିପରି ନିଟ-ପିଜି ପରୀକ୍ଷାକୁ ଦ୍ଭ ୭ ପୃଷ୍ଠାରେ...