୧୨ରେ ଓଡ଼ିଶା ଆସୁଛନ୍ତି ନଡ୍ଡା

୧୨ରେ ଓଡ଼ିଶା ଆସୁଛନ୍ତି ନଡ୍ଡା

ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏପ୍ରିଲ ୧୨ରେ ଓଡ଼ିଶା ଆସୁଛନ୍ତି ନଡ୍ଡା । ନଡ୍ଡାଙ୍କ ଗସ୍ତ ସମ୍ପର୍କରେ ଭାଜପା ଏମପି ସୁକାନ୍ତ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏହି ଗସ୍ତ ସମୟରେ ବିଭିନ୍ନ ସରକାରୀ ପ୍ରକଳ୍ପର ଉଦଘାଟନ କରିବା ସହ ବିଜେପିର ସାଙ୍ଗଠନିକ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ । ଏହି ସମୟରେ ସେ ବିଜେପିର ସାଂଗଠନିକ କାର୍ଯ୍ୟରେ ନଡ୍ଡା ଯୋଗଦେବେ। ସବୁଠୁ ବଡ଼ କଥା ହେଲା, ନଡ୍ଡାଙ୍କ ଗସ୍ତ ପରେ ରାଜ୍ୟ ବିଜେପି ସଭାପତିଙ୍କ ନାଁ ଘୋଷଣା ହୋଇପାରେ ବୋଲି ସୂଚନା ମିଳିଛି। ଏପ୍ରିଲ ୧୪ ତାରିଖ ପରେ ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ସୂଚନା ଅନୁସାରେ, ପ୍ରଥମେ ଘୋଷଣା ହୋଇପାରେ ବିଜେପି ରାଷ୍ଟ୍ରୀୟ ସଭାପତିଙ୍କ ନାଁ, ଏହାପରେ ବିଜେପି ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ହେବା ନେଇ ସୂଚନା ରହିଛି ।