କୋଲ୍କାତାରେ ତସ୍ଭାର ନୂଆ ଷ୍ଟୋର
ଭୁବନେଶ୍ୱର : ତସ୍ଭା ପକ୍ଷରୁ କୋଲ୍କାତାରେ ଏହାର ଫ୍ଲାଗସିପ ଷ୍ଟୋର୍ର ଶୁଭାରମ୍ଭ କରାଯାଇଛି । ପ୍ରତିଷ୍ଠିତ ଫ୍ୟାଶନ ଡିଜାଇନର ତରୁଣ ତାହିଲିଆନିଙ୍କ ସହ ସହଭାଗିତାରେ ଏବିଏଫଆରଏଲ୍ ଦ୍ୱାରା ଲଞ୍ଚ କରାଯାଇଥିବା ଆଧୁନିକ ଭାରତୀୟ ପୁରୁଷଙ୍କ ପାଇଁ ଏହା ହେଉଛି ଏକ ୱେଡିଂ ଓ ଅକେଜନ ୱେୟାର ବ୍ରାଣ୍ଡ । ଏହି ନୂଆ ଷ୍ଟୋର ୨୫୦୦ ବର୍ଗଫୁଟ ଅଞ୍ଚଳରେ ପରିବ୍ୟାପ୍ତ ଓ ଲୋକପ୍ରିୟ ରାଶବିହାରୀ ଆଭେନୁ୍ୟରେ ଅବସ୍ଥିତ । ଏହି ଷ୍ଟୋରର ଗ୍ରାଣ୍ଡ ଓପ୍ନିଙ୍ଗରେ ବଲିଉଡ ସେଲିବ୍ରିଟି ସାନ୍ତନୁ ମାହେଶ୍ୱରୀ ଯୋଗ ଦେଇଥିଲେ । ଭାରତର ଆଧୁନିକ ପୁରୁଷଙ୍କ ବିକଶିତ ସ୍ୱାଦକୁ ପ୍ରତିଫଳନ କରିବା ପାଇଁ ଡିଜାଇନ କରାଯାଇଥିବା ଏହି ଷ୍ଟୋର ପରମ୍ପରା ସହ ସମସାମୟିକ ସୌନ୍ଦର୍ଯ୍ୟତାର ଏକ ସମନ୍ୱୟ ସୃଷ୍ଟି କରିଛି । ଏସମ୍ପର୍କରେ ତସଭାର ବ୍ରାଣ୍ଡ ହେଡ ଆଶିଷ ମୁକୁଲ କହିଛନ୍ତି, “ଆମେ କୋଲ୍କାତାରେ ଆମର ନୂଆ ଷ୍ଟୋର ବ୍ରାଣ୍ଡ ନୈତିକତାର ଏକ ପ୍ରତିଫଳନ ଭାବେ ଉଭା ହେଉ ବୋଲି ଚାହୁଁଥିଲୁ- ଯାହା ଷ୍ଟାଇଲ, ପରମ୍ପରା ଓ କାରିଗରୀର ଏକ ପ୍ରତିଫଳନ ଅଟେ । ଏହି ଷ୍ଟୋରର ଡିଜାଇନ ଓ ଲେଆଉଟକୁ ଏକ ସୁଗମ ଓ ବିଳାସପୂର୍ଣ୍ଣ ସପିଂ ଯାତ୍ରା ନିଶ୍ଚିତ କରିବା ପାଇଁ ଯନôଶୀଳ ଭାବେ ପ୍ରସ୍ତୁତ କରାଯାଇଛି ।