ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ ହୋଇ ଚିକିତ୍ସାଳୟରେ!

ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ ହୋଇ ଚିକିତ୍ସାଳୟରେ!

ଜୟପୁର : ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଫଳରେ ମଙ୍ଗଳବାର ତାଙ୍କୁ ଜୟପୁରସ୍ଥିତ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଡାକ୍ତର ଆର୍‌.ଏନ୍‌.ମିଶ୍ର, ସୁନୀଲ ଭତ୍ରା ଓ ମୁକ୍ତିକାନ୍ତ ଖଟୁଆଙ୍କୁ ନେଇ ଗଠିତ ଏକ ଟିମ୍‌ ତାଙ୍କ ଚିକିତ୍ସା କରୁଛନ୍ତି। ବୟସାଧିକ ଯୋଗୁ ସେ ବାରମ୍ବାର ଅସୁସ୍ଥ ହୋଇପଡୁଛନ୍ତି। ଚଳିତ ବର୍ଷ ଜାନୁୟାରୀ ଏବଂ ମାର୍ଚ୍ଚ ମାସରେ ମଧ୍ୟ କମଳା ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ସେତେବେଳେ ତାଙ୍କୁ କଟକ ଏସ୍‌ସିବି ମେଡ଼ିକାଲ୍‌ କଲେଜରେ ଭର୍ତ୍ତି କରାଯାଇଥିଲା। ଜୟପୁର ଚିକିତ୍ସାଳୟରେ ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଡାକ୍ତରୀ ଟିମ୍‌ ପ୍ରକାଶ କରିଛନ୍ତି।