ପୁଅକୁ ଛୁରୀ ଭୁଷି ହତ୍ୟା କଲା ବାପା
କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ବାଟଗୁଡ଼ା ପଞ୍ଚାୟତର ସିଙ୍ଗମିଲା ଗ୍ରାମରେ ଘଟିଛି ଏକ ଅଭନୀୟ ଘଟଣା । ବାପା ନିଜ ପୁଅକୁ ଏକ ଧାରୁଆ ଛୁରୀରେ ଭୂଷି ହତ୍ୟା କରି ଥିବା ଘଟଣା ପଦାକୁ ଆସିଛି । ଯାହାକି ଅଞ୍ଚଳରେ ଚଞ୍ଚଲ୍ୟ ଖେଳାଇ ଦେଇଛି । ଏହି ଘଟଣା ରାତିରେ ଘଟିଥିବା ସୂଚନା ମିଳିଛି । ମୃତ ଯୁବକଙ୍କ ନାମ ହେଲା ଜିତୁ ମଲ୍ଲିକ । ବାପାଙ୍କ ନାମ ପ୍ରାଣେଶ୍ୱର ମଲ୍ଲିକ । ସୂଚନା ଅନୁସାରେ ଜିତୁ ମଲ୍ଲିକ ଗତ କାଲି ମଦ ପିଇ ଘରକୁ ଆସିଥିଲା । ସେଥିପାଇଁ ବାପା ମାଆ ରାଗି ଯାଇଥିଲେ । ତେବେ ଯୁବକ ଜଣକ ଆଜି ସକାଳ ସମୟରେ ବାପା ଓ ମାଁଙ୍କୁ ଖାଇବାକୁ ମାଗି କବାଟ ବାଡେଇଥିଲା । କିନ୍ତୁ କବାଟ ନଖୋଲିବାରୁ କବାଟକୁ ଗୋଇଟା ମାରି କବାଟ ଭାଙ୍ଗି ଖୋଲିଥିଲା । ଏହାକୁ ଦେଖି ବାପା ଧାରୁଆ ଛୁରୀରେ ମାରି ଦେଇଥିଲା ପୁଅକୁ । ଛୁରୀରୁ ମାରିବା ପରେ ରକ୍ତାକ୍ତ ଅବସ୍ଥା ନିଜ ଘରରୁ ତାଙ୍କ ବଡ ଭାଇଙ୍କ ଘରକୁ ପଳେଇ ଯାଇଥିଲେ ବାପା । ତାଙ୍କ ଭାଇକୁ ଡାକିବାରୁ ଭାଇ ବାହାରକୁ ଆସି ଦେଖିଲାବେଳେ ଜିତୁ ମଲ୍ଲିକର ଘଟଣା ସ୍ଥଳରେ ମୃତୁ୍ୟ ଘଟିଲା । ଖବର ପାଇ ବାଲିଗୁଡା ଥାନାକୁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତୁ୍ୟ ଶରୀରକୁ ଜବତ କରିବା ସହ ବାଲିଗୁଡା ଉପଖଣ୍ଡ ଚିକିସôାଳୟକୁ ଶବ ବ୍ୟବଛେଦ ପାଇଁ ପଠେଇବା ସହ ଅଧିକ ତଦନ୍ତ ଜାରି ରଖିଛି ।