ଅନୁଭବଙ୍କ ମୁଣ୍ଡବିନ୍ଧା ‘ବାବୁସାନ୍‌’

anubhab mohanty, babusan mohanty

ଅନୁଭବଙ୍କ ମୁଣ୍ଡବିନ୍ଧା ‘ବାବୁସାନ୍‌’

କର୍ମକୁ ନେଇ ବେଶ୍‌ ଉତ୍ସାହିତ ହୋଇଯାଇଥିଲେ ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି  । ପ୍ରଥମ ଥର ପାଇଁ ଏକ ଓଡ଼ିଆ ସିନେମା ୧୦ କୋଟି ଛୁଇଁଥିଲା  । ଅନୁଭବଙ୍କ ବ୍ରାଣ୍ଡ ଭ୍ୟାଲ୍ୟୁ ବି ଢେର ବଢ଼ିଯାଇଥିଲା  । ସେ ହିଁ ଓଲିଉଡ଼ର ଅପ୍ରତିଦ୍ୱନ୍ଦ୍ୱୀ ନାୟକ ବୋଲି ଅନୁଭବ ଛାତି ଫୁଲେଇ ଚାଲୁଥିଲେ  । ହେଲେ ବାବୁସାନଙ୍କ ରଜ ଧମାକା ଅନୁଭବଙ୍କ ନିଦ ହଜାଇ ଦେଇଛି  । ବୋଉ, ବୁଟୁ, ଭୂତ ସିନେମା ମାତ୍ର ୧୨ ଦିନରେ ୧୦ କୋଟିରୁ ଅଧିକ ଟଙ୍କାର ବେପାର କରିସାରିଲାଣି  । ଏବେବି ସିନେମା ହାଉସଫୁଲ୍‌ ଥିବାରୁ ଆଗାମୀ ଦିନରେ ଏହା ନୂଆ ରେକଡର଼୍ ସୃଷ୍ଟି କରିବା ନିଶ୍ଚିତ  । ଅନୁଭବଙ୍କୁ ବାବୁସାନ୍‌ ବ୍ୟବସାୟରେ ଢେର ପଛରେ ପକାଇବାକୁ ଯାଉଛନ୍ତି  । ସେପଟେ ଅପକମିଙ୍ଗ ସିନେମା ‘ରାବଣ’କୁ ନେଇ ବି ଅନୁଭବ ଚିନ୍ତାରେ ଅଛନ୍ତି  । ବିଶିଷ୍ଟ ପ୍ରଯୋଜକ ତଥା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ସେହି ପ୍ରୋଜେକ୍ଟରୁ ଓହରିଯାଇଛନ୍ତି  । ଅନୁପମଙ୍କ ପାଇଁ ଅନୁଭବ ଚିନ୍ତାରେ ପଡ଼ିଥିବାବେଳେ ଏବେ ବାବୁସାନ୍‌ ତାଙ୍କ ଚିନ୍ତାକୁ ଦିଗୁଣା ବଢ଼ାଇ ଦେଇଛନ୍ତି  । ଅନୁଭବଙ୍କ ଆଗାମୀ ସିନେମା ‘ରାବଣ’ ତାଙ୍କ ପାଇଁ ଏକ ଆହ୍ୱାନ ସୃଷ୍ଟିକରିଛି  ।  ଏହି ସିନେମାର ପୋଷ୍ଟର ଆକର୍ଷଣୀୟ ହୋଇଥିବାବେଳେ ଏହା ପାନ ଇଣ୍ଡିଆ ମୁକ୍ତିଲାଭ କରିବ ବୋଲି କୁହାଯାଉଛି  । ତେବେ ସେ ଯାହାହେଉନା କାହିଁକି ଅନୁଭବ ଓ ବାବୁସାନଙ୍କ ଲଢେ଼ଇ ଓଲିଉଡ଼କୁ ନୂଆ ଦିଶା ଦେବ  । ଦର୍ଶକ ପୁଣି ଓଡ଼ିଆ ସିନେମା ଦେଖିବାକୁ ହଲ ମୁହାଁଇବା ନିଶ୍ଚିତ  ।

ଏସବୁ ଭିତରେ ସବ୍ୟସାଚୀଙ୍କ ଅନନ୍ତା ବି କମାଲ୍‌ କରିଛି  । ଫକୀରମୋହନଙ୍କ ‘ରାଣ୍ଡୀ ପୁଅ ଅନନ୍ତା’ ଆଧାରରେ ସିନେମାଟି ହୋଇଛି  । ଅନନ୍ତା ବି ବକ୍ସ ଅଫିସରେ ଭଲ କଲେକ୍ସନ କରିଛି  । ଇତିମଧ୍ୟରେ ଅନନ୍ତା ବି ଦେଢ଼କୋଟିର ବ୍ୟବସାୟ କରିଥିବାବେଳେ ଏବେବି ରାଜଧାନୀରେ ଟିକେଟ ମିଳୁନାହିଁ  । ହଲ୍‌ ଫୁଲ୍‌ ଚାଲିଥିବାରୁ ସବ୍ୟସାଚୀ ବି ବେଶ୍‌ ଖୁସି  । ରଜ ବଜାର ଓଲିଉଡ଼କୁ ବେଶ୍‌ ସଫଳତା ଦେଇଥିବାବେଳେ ଦଶହରାରେ ବି ଅନେକ ସିନେମା ଧମାଲ୍‌ କରିବ ବୋଲି ଆଶା କରାଯାଉଛି  । ଏସବୁ ଭିତରେ ସବୁଠାରୁ ବଡ଼ କଥାଟି ହେଉଛି ଓଲିଉଡ଼ ଲଢେ଼ଇରେ ଓଡ଼ିଶାରେ ଅମୀର ଖାନଙ୍କ ବହୁଚର୍ଚ୍ଚିତ ସିନେମା କିନ୍ତୁ ଦର୍ଶକଙ୍କୁ ହଲକୁ ଭିଡ଼ିପାରିନାହିଁ  ।