କିଟ୍ ସମସ୍ୟାର ତୁରନ୍ତ ସମାଧାନ କରାଯାଉ
କେନ୍ଦ୍ରାପଡା : ପୂର୍ବତନ ସାଂସଦ ତଥା ସମାଜସେବୀ ଓ ଶିକ୍ଷାବିତ୍ ଡ଼ଃ ଅଚୁ୍ୟତ ସାମନ୍ତଙ୍କ ଦ୍ୱାରା ସ୍ଥାପିତ ବିଶ୍ୱବିଖ୍ୟାତ କିଟ୍ ଏବଂ କିସ୍ସ ବିଶ୍ୱବିଦ୍ୟାଳୟରେ ଜନୈକା ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟାକୁ କେନ୍ଦ୍ରକରି ଉଦେ୍ଧଶ୍ୟ ପ୍ରଣୋଦିତ ଭାବେ କିଛି ନିର୍ଦ୍ଦିଷ୍ଟ ସଂସ୍ଥା, ବ୍ୟକ୍ତିବିଶେଷ ଓ ବେସରକାରୀ ସଂଗଠନମାନଙ୍କ ପ୍ରୋସôାହନରେ ପ୍ରସାର କରାଯାଉଥିବା ମିଥ୍ୟା ତଥା କପୋଳକଳ୍ପିତ ପ୍ରଚାର ବିରୁଦ୍ଧରେ କେନ୍ଦ୍ରାପଡ଼ା ଜିଲ୍ଲା ବୁଦ୍ଧିଜୀବୀ ସମ୍ମିଳନୀରେ ଦୃଢ ନିନ୍ଦା କରାଯିବା ସହ ଏହାର ତୁରନ୍ତ ସମାଧାନ ଦାବି କରାଯାଇଛି । ଏନେଇ ଇଛାପୁର ସ୍ଥିତ ଶ୍ୟାମାକାଳୀ ମଣ୍ଡପରେ ଆୟୋଜିତ ସମ୍ମିଳନୀରେ ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ନିମ୍ନଲିଖୁତ ବିବୃତ୍ତି ପ୍ରଦାନ କରିଛନ୍ତି । ଆବାହକ ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଡ଼ଃ ଅମୀୟ କୁମାର ଜେନାଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଫେସର ଦିଲିପ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ । ପ୍ରଫେସର ନନ୍ଦ କିଶୋର ପରିଡା, ସାମାଜିକ କର୍ମୀ କେଦାର ସାମନ୍ତରାୟ, ପ୍ରଫେସର ଅଜୟ କୁମାର ସାମଲ, ସାଗର ଜେନା, ପୂର୍ବତନ ପ୍ରଧାନଶିକ୍ଷକ ବ୍ରଜ କିଶୋର ଜେନା, କ୍ଷଣପ୍ରଭା ପରିଡା ପ୍ରମୁଖଙ୍କ ସମେତ ବହୁ ଆଡ଼ଭୋକେଟ୍ ଓ ସାମାଜିକ କର୍ମୀ ଓ ମହିଳା ବକ୍ତବ୍ୟ ରଖି କରାଯାଉଥିବା ଅପପ୍ରଚାରକୁ ଓ ଅଚୁ୍ୟତ ସାମନ୍ତଙ୍କ ବ୍ୟକ୍ତିଗତ ସମାଲୋଚନାକୁ ଦୃଢ ନିନ୍ଦା କରିଥିଲେ । କିଟ ପରିସରରେ ଛାତ୍ରୀ ଆତ୍ମହତ୍ୟା ଭଳି ଦୁଃଖଦ ଘଟଣା ପାଇଁ ଦୁଃଖ ତଥା ସମ୍ପୃକ୍ତ ପରିବାର ପ୍ରତି ଗଭୀର ଶୋକ ଓ ସମବେଦନା ଜ୍ଞାପନ କରୁଛୁ । ଘଟଣାକୁ କେନ୍ଦ୍ରକରି କିଟର କିଛି ନିର୍ଦ୍ଦିଷ୍ଟ ଓ ମୁଷ୍ଟିମେୟ ଅଧିକାରୀ ତଥା ନିରାପତ୍ତା ଦାୟିତ୍ୱରେ ଥିବା କର୍ମଚାରୀଙ୍କ ନେପାଳୀ ଛାତ୍ରଛାତ୍ରୀ ମାନଙ୍କ ବିରୁଦ୍ଧରେ ଦାୟିତ୍ହୀନ ଓ ଅଶୋଭନୀୟ ଆଚରଣର ଦୃଢ ନିନ୍ଦା କରୁଛୁ । କିଟର ପ୍ରତିଷ୍ଠାତା ଡଃ ଅଚୁ୍ୟତ ସାମନ୍ତ ବିଶ୍ୱବିଖ୍ୟାତ କିଟ ବିଶ୍ୱବିଦ୍ୟାଳୟ ବିରୁଦ୍ଧରେ କିଛି ମୁଷ୍ଟିମେୟ ତଥା ସ୍ୱାର୍ଥିନୀ ବ୍ୟକ୍ତିବିଶେଷ, ବେସରକାରୀ ସଂଗଠନମାନଙ୍କ ପ୍ରତ୍ୟକ୍ଷ ତଥା ପରୋକ୍ଷ ପ୍ରରୋଚନାରେ ପ୍ରଚାରିତ ଓ ପ୍ରସାରିତ ହେଉଥିବା ଭିତ୍ତିହୀନ, କପୋଳକଳ୍ପିତ ମିଥ୍ୟା ମିଥ୍ୟା ପରିବେଷଣକୁ ତୀବ୍ର ନିନ୍ଦା କରୁଛୁ କେନ୍ଦ୍ରାପଡ଼ା ଜିଲ୍ଲା ନାଗରିକ ମଞ୍ଚ । କିଟ ବିଶ୍ୱବିଦ୍ୟାଳୟ ପରିସରରେ ଶାନ୍ତ ଓ ଶିକ୍ଷା ଅନୁକୂଳ ବାତାବରଣ ଫେରାଇ ଆଣିବା ପାଇଁ ଓଡିଶା ସରକାରଙ୍କୁ ନିବେଦନ କରୁଛୁ । ଆନ୍ତର୍ଜାତିକ ସ୍ତରରେ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ନ୍ୟାୟ ଓ ସାମାଜିକ ସମାନତା ପ୍ରତିଷ୍ଠା କରିବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା କିଟ ଓ କିସ୍ ଭଳି ଅନୁଷ୍ଠାନକୁ ତଥା ଏହାର ପ୍ରତିଷ୍ଠାତାଙ୍କୁ ଅଯଥା ବଦନାମ କରିବାପାଇଁ ହେଉଥିବା ହୀନ ଉଦ୍ୟମକୁ ତୀବ୍ର ବିରୋଧ କରୁଛୁ । ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ନିଶ୍ଳୁକ ଶିକ୍ଷା ପ୍ରଦାନ କରି ସେମାନଙ୍କୁ ଜାତୀୟ ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ସେମାନଙ୍କ ଜୀବନ ଧାରଣର ମାନ ଉନ୍ନତ କରିବା ପାଇଁ କିଟ ବିଶ୍ୱ ବିଦ୍ୟାଳୟ ସହାୟକ ହୋଇଥିବା ବେଳେ କେତେକ ନିନ୍ଦୁକ ଓ ଅସହିଷ୍ଣୁ ବ୍ୟକ୍ତି ଓ ସଂସ୍ଥା ଏହା ବିରୋଧରେ ଅପ ପ୍ରଚାର ଚଳାଇ ଏକ ଆନ୍ତର୍ଜାତିକ ଅନୁଷ୍ଠାନ ଓ ଓଡିଶାର ବ୍ୟାପକ କ୍ଷତି ଘଟାଉଛନ୍ତି ବୋଲି ବକ୍ତବ୍ୟ ରଖିଥିଲେ । ରାଜ୍ୟ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ସମ୍ମିଳନୀରେ ଦାବି ଉପସ୍ଥାପନ କରାଯାଇ ଥିଲା ।