ଶାଖା ନାଳର ପୁନରୁଦ୍ଧାରପାଇଁ ୪ କୋଟି ମଞ୍ଜୁର 

ଶାଖା ନାଳର ପୁନରୁଦ୍ଧାରପାଇଁ ୪ କୋଟି ମଞ୍ଜୁର 


ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ବ୍ଲକ ବ୍ରାହ୍ମଣୀ ପାଶ୍ୱର୍ବର୍ତ୍ତୀ ଧୋୟାଞ୍ଚଳ ବ୍ରାହ୍ମଣୀ ନଦୀରୁ ବାହାରିଥିବା ବାଛରାନାସି ଶାଖା ନାଳର ପୁନଃରୁଦ୍ଧାର କରାଗଲେ ହଜାର ହଜାର ହେକ୍ଟର ଧୋୟାଞ୍ଚଳ ·ଷଜମିରେ ସୁନାର ଫସଲ ଫଳିବ । ହଜାର ହଜାର ·ଷୀ ପରିବାର ଏହା ଦ୍ୱାରା ଉପକୃତ ହେବାସହିତ ଅଞ୍ଚଳର ଯୁବକ ମାନେ ଦାଦନ ଖଟିବାକୁ ଯିବେନାହିଁ ବାହାର ରାଜ୍ୟକୁ । ବ୍ରାହ୍ମଣୀ ନଦୀରୁ ବାହାରିଥିବା ବାଛରାନାସି ଶାଖା ନାଳ ଉପରେ ଧୋୟାଞ୍ଚଳ ବାଛରା ପଞ୍ଚାୟତର ବାଛରା, ମଣ୍ଡପଡ଼ା ସହ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୦ଗୋଟି ୱାର୍ଡ କଷଣଅଣ୍ଟା, ବାଲିପଡ଼ା, ବାଲିପାଟଣା, ନନ୍ଦିନୀନଗର, ତନୁପୁର, ନୂଆଗାଁ, କାକୁଡ଼ିପଲ୍ଲୀ ଓ ଅଳଭା ପ୍ରଭୃତି ଗ୍ରାମ ଗୁଡିକର ହଜାର ହଜାର ଏକର ପାଳଜମି ନିର୍ଭର କରିଆସୁଥିଲା । ବଛାରାନାସିରେ ଉଠା ସେଚ ପଏଣ୍ଟ, ତେଣ୍ଡା ଓ ପାଣିକଳ ମାଧ୍ୟମରେ ·ଷୀମାନେ ବିଲକୁ ଜଳସେଚିତ କରୁଥିଲେ । ବ୍ରାହ୍ମଣୀ ଅବବାହିକାରେ ଥିବା ଏହିସବୁ ଉର୍ବର ପାଳଜମିରେ ବିଭିନ୍ନ ପନିପରିବା ଓ ଅର୍ଥକାରୀ ଫସଲ ବ୍ୟାପକ ଭାବେ ·ଷ ହେଉଥିଲା । ଅଞ୍ଚଳର କୃଷକମାନେ ଉତ୍ପାଦିତ ପନିପରିବା ଓ ଖାଦ୍ୟ ଶସ୍ୟକୁ ସ୍ଥାନୀୟ ହାଟ ବଜାର ଏବଂ ଜିଲ୍ଲାର ବିଭିନ୍ନ ଅଞ୍ଚଳର ·ହିଦା ମେଣ୍ଟାଉଥିଲେ । ସ୍ଥାନୀୟ ଲୋକମାନେ ଶୌ·ଦି କର୍ମପାଇଁ ଏହା ଉପରେ ର୍ନିଭର କରୁଥିବାବେଳେ ଗୃହପାଳିତ ପଶୁମାନେ ତୃଷା ମେଣ୍ଟାଇବା ପାଇଁ ମଧ୍ୟ୍ୟ ନିର୍ଭର କରୁଥିଲେ । କ୍ରମଶଃ ବାଛରା ନାସିର ବ୍ରାହ୍ମଣୀନଦୀ ମୁହାଣ ପୋତିହୋଇ ପଡିବାରୁ ବର୍ଷାଦିନ ପରେ ଏହାର ଜଳଧାରଣ କ୍ଷମତା ଲୋପପାଇବା ସହିତ ଏଥିରେ କଟକୀ ଦଳ, ଅନାବନା ଗଛର ଜଙ୍ଗଲ ଭ୍ରମ ସୃଷ୍ଟି କରୁଛି । ଯାହାଫଳରେ ହଜାର ହଜାର ହେକ୍ଟର ଉର୍ବର ପାଳଜମିରେ ·ଷ କାର୍ଯ୍ୟ ହୋଇନପାରିବାରୁ ବେଣା ଜଙ୍ଗଲରେ ପରିଣତ ହୋଇଛି । ଏହି ବାଛରାନାସିକୁ ଖନନ କରାଯାଇ ପୁନର୍ବାର ଏହାର ଜଳ ଧାରଣ କ୍ଷମତା ବାଇବା ପାଇଁ ଅଂଚଳବାସୀଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର ଦାବୀ କରା ଯଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ମାତ୍ର ୨୦୨୩ ମସିହା ଏପ୍ରିଲ ୨୩ ତାରିଖରେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ  ବିଶେଶ୍ୱର ଟୁଡୁ ଦିନିକିଆ ପଟ୍ଟାମୁଣ୍ଡାଇ ଗସ୍ତରେ ଆସି ବ୍ରାହ୍ମଣୀ ନଦୀ ପଠାରେ ଆୟୋଜିତ କୃଷକ ସମାବେଶରେ ଯୋଗ ଦେଇଥିଲେ । ·ଷୀମାନଙ୍କ ନେତୃତ୍ୱନେଇ ପଟ୍ଟାମୁଣ୍ଡାଇ ବିଜେପି ନଗର ସଭାପତି ଶଶିକାନ୍ତ ସ୍ୱାଇଁ କୃଷକମାନଙ୍କ ସମସ୍ୟାକୁ କେନ୍ଦ୍ର ମନ୍ତ୍ରୀଙ୍କୁ ଅବଗତ କରାଇା ସହ ବାଛରାନାସୀ ଶାଖା ନାଳର ପୁନଃରୁଦ୍ଧାର କରାଯିବାକୁ ଏକ ଦାବିପତ୍ର ମଧ୍ୟ ଦିଆଯାଇଥିଲା । ତେବେ ·ଷୀ ମାନଙ୍କୁ ଦେଇଥିବା ପ୍ରତିଶୃତି ପାଳନ ହୋଇଛି । କେନ୍ଦ୍ର ମନ୍ତ୍ରୀଙ୍କ ଉଦ୍ୟମରେ ରାଜ୍ୟ ଜଳ ସମ୍ପଦ, ଡ୍ରେନେଜ ଡିଭିଜନ ବ୍ରାହ୍ମଣୀ ନଦୀରୁ ବାଛରାନାସି ଶାଖା ନାଳର ପୁନଃରୁଦ୍ଧାର କରାଯିବାକୁ ପ୍ରାୟ ୪କୋଟିରୁ ଉଦ୍ଧ୍ୱର୍ ଟଙ୍କା ମଞ୍ଜୁର କରିଛି । ବାଛରାନାସି ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭହୋଇ ୧୮ମାସ ମଧ୍ୟରେ ଶେଷ କରା ଯିବାକୁ ନିର୍ଦେଶ ଥିବା ସୂଚନା ମିଳିଛି ।