ମଦ ଜବତ, ୬ ଗିରଫ
ାା ପ୍ରଭାନୁ୍ୟଜ୍ ।ା କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଶୀ ଚୋରା ମଦ ବିକ୍ରି ବଢିବାରେ ଲାଗିଛି । ଏ ନେଇ ଖବର ପାଇ କେନ୍ଦ୍ରାପଡା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଅବକାରୀ ଅଧିକ୍ଷକ ବିପ୍ର ମଣ୍ଡଳଙ୍କ ତତ୍ୱାବଧାନରେ ମାର୍ଶାଘାଇ, ମହାକାଳପଡା, ପାଟକୁରା, ଗରଦପୁର ଆଦି ଅଚଂଳରେ ଚଢ଼ଉ କରିଛି । ଏଥିରେ ନେମ୍ବରାର ସନାତନ ଦାସ, ସାଇଚନ୍ଦନପୁର ର ପଂଚାନନ ସ୍ୱାଇଁ, ପାଟଣାଗଡ ର ସୁରଜକାନ୍ତ ରାଉତ, ବାଲିସାହି ରତ୍ତଚିତ୍ତରଞ୍ଜନ ଜେନା, ନାଳନ୍ଦା ପାଳନ୍ଦ ର କାଳନ୍ଦୀ ବେହେରା, ତାଳସଙ୍ଗାର ରମେଶ ଚନ୍ଦ୍ର ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇି । ଏମାନଙ୍କ ପାଖରୁ ୨୦୦ ଲିଟର ଦେଶୀ ରନ୍ଧା ଚୋରା ମଦ ଓ ବିଦେଶୀ ମଦ ଜବତ କରା ଯାଇଥିବା ସୂଚନା ମିଳିଛି ।