ସ୍କୁଲ ପରିସରରେ ମାର୍କେଟ୍ ଗୃହ ନିର୍ମାଣ ନକରିବାକୁ ଦାବି


ାା କେନ୍ଦ୍ରାପଡ଼ାରୁ ରବିନାରାୟଣ ପତି ।ା

ାା ପ୍ରଭାନୁ୍ୟଜ୍ ।ା କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ପୌରାଞ୍ଚଳ ର ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ୧୩୭ ବର୍ଷର ପୁରୁଣା ଫେଜର୍ସ ବାଳିକା ବିଦ୍ୟାଳୟ ପରିସରକୁ ଲାଗି ନିର୍ମାଣାଧୀନ ମାର୍କେଟ୍ ଗୃହ କାର୍ଯ୍ୟକୁ ବନ୍ଦ କରିବା ପାଇଁ ସାଂସଦଙ୍କ ଠାରେ ଦାବି କରାଯାଇଛି । ଏହି ବିଦ୍ୟାଳୟ ର ସାହିସ୍ତା ଖାତୁନ ନାମକ ଜଣେ ଛାତ୍ରୀଙ୍କ ସମେତ ବହୁ ଛାତ୍ରୀ ଏକ ଦାବିପତ୍ର ମାନ୍ୟବର ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପ୍ରଦାନ କରି ତୁରନ୍ତ ଏହି ସମସ୍ୟା ସମାଧାନ କରିବା ପାଇଁ ନିବେଦନ କରିଛନ୍ତି । ଐତିହ୍ୟ ସଂପନ୍ନ ଏହି ବିଦ୍ୟାଳୟକୁ ଲାଗି ପୈାରସଂସ୍ଥା ପକ୍ଷରୁ ମାର୍କେଟ୍ ଗୃହ ନିର୍ମାଣ କରାଗଲେ ଏହା ବିଦ୍ୟାଳୟ ର ଅଧ୍ୟୟନ ରତ ଛାତ୍ରୀ ମାନଙ୍କ ପାଠପଢା, ଚଳପ୍ରଚଳ ଓ ପରିବେଶ ଗତ ସମସ୍ୟା ସୃଷ୍ଟି କରି ଶିକ୍ଷାଦାନ ବାତାବରଣ ସଂପୂର୍ଣ୍ଣ ନଷ୍ଟ ହୋଇଯିବ । ପୈାରସଂସ୍ଥା ର ଏଭଳି ନିଷ୍ପତି ବିରୋଧରେ ଶତାଧିକ ଛାତ୍ରୀ, ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟ ମାନେ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରି ଦାବିପତ୍ର ଦେବା ସହ ତୁରନ୍ତ ଏହି ପ୍ରସ୍ତାବୁ ବାତିଲ କରିବା ପାଇଁ ଦାବି କରିଛନ୍ତି ।