ହେଟା ବାଘ; ଭୟରେ ଘରୁ ବାହାରୁ ନାହାନ୍ତି ଲୋକେ

ଗାଁରେ ବୁଲୁଛି ହେଟା ବାଘ। ଲୋକଙ୍କୁ ଦେଖିଲେ କାମୁଡ଼ିବା ପାଇଁ ଗୁଡ଼ାଉଛି। ଫଳର  ହେଟା ଭୟରେ ଘରୁ ବାହାରକୁ ବାହାରି ପାରୁନାହାନ୍ତି ଗ୍ରାମବାସୀ। ଏପରି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବନଖଣ୍ଡର କୋଣାଗାଁରେ।

ଆଜି ସକାଳେ କିଛି ଯୁବକ ଶୌଚ ହେବାକୁ ଗାଁ ନିକଟ ପୋଖରୀକୁ ଯାଇଥିଲେ। ଏହି ସମୟରେ ସେମାନେ ହେଟାବାଘ ହାବୁଡ଼ରେ ପଡ଼ି ଯାଇଥିଲେ।ହେଟାବାଘଟି ଯୁବକମାନଙ୍କୁ ଦେଖି ଗୋଡ଼ାଇ ଥିଲା। ଯୁବକମାନେ ଜୀବନବିକଳେ ଦୌଡ଼ି ପଳାଇ ଆସିଥିଲେ। ଏନେଇ ଗ୍ରାମବାସୀ ବନ କର୍ମଚାରୀଙ୍କୁ ଖବର ଦେଇଥିଲେ। ବୋରିଗୁମ୍ମା ବନଖଣ୍ଡ କର୍ମଚାରୀ ଗାଁରେ ପହଞ୍ଚି ହେଟାବାଘଟି ଧରିବାକୁ ଚେଷ୍ଟା ଜାରି ରଖିଛନ୍ତି।