ଦୁବାଇ ଯିବ ଓଡ଼ିଶାର ସୁଗନ୍ଧିତ ଚାଉଳ

ଭୁବନେଶ୍ୱର: ଦୁବାଇ ଯିବ ଓଡ଼ିଶା ଚାଉଳ । ଓଡ଼ିଶାର ସୁଗନ୍ଧିତ ଚାଉଳ ଦୁବାଇ ପଠାଯିବାକୁ ନେଇ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଦୁବାଇର ୨ଟି ସଂସ୍ଥା ସହ ଓଡ଼ିଶା କୃଷି ବିଭାଗର ଚୁକ୍ତି ସ୍ୱାକ୍ଷର ହୋଇଛି । କୃଷି ଓଡ଼ିଶା-୨୦୨୫ରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ଉପସ୍ଥିତିରେ ଏହି ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି । ସୁଲଭ ମୂଲ୍ୟରେ ଦୁବାଇ ଏହି ଚାଉଳ କିଣିବ ଓ ଚାଷୀମାନଙ୍କୁ ଉଚିତ ମୂଲ୍ୟ ମିଳିବ ବୋଲି ଜଣାଯାଇଛି ।