ରାଜସ୍ୱ ସମୀକ୍ଷା ବୈଠକ

 କେନ୍ଦ୍ରାପଡା:  କେନ୍ଦ୍ରାପଡା ଜିଲ୍ଲାର ରାଜସ୍ୱ ସମୀକ୍ଷା ବୈଠକ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଉପଜିଲ୍ଲାପାଳ ରବୀନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାର ବିଭିନ୍ନ ତହସିଲ ଅଞ୍ଚଳରେ ରାଜସ୍ୱ ଆଦାୟ, ତହସିଲରେ ମାମଲା ଫଏସଲା, ଆରଆଇଙ୍କର ସରକାରୀ କ୍ୱାର୍ଟର ମରାମତି, ଖଜଣା ଆଦୟ, ଜମି ଅଧିଗ୍ରହଣ, ଦୀର୍ଘଦିନ ଧରି ବିଭିନ୍ନ ତହସିଲରେ ପଡି ରହିଥିବା ମାମଲାଗୁଡିକ ତୁରନ୍ତ ଫଏସଲା କରିବା ସହ ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ବିଭିନ୍ନ ପ୍ରମାଣପତ୍ର ତୁରନ୍ତ ଯୋଗାଇବା, ବିଭିନ୍ନ କାର୍ଯ୍ୟନେଇ ତହସିଲକୁ ଆସୁଥିବା ଜନ ସାଧାରଣଙ୍କର କାର୍ଯ୍ୟକୁ ଗୁରୁତ୍ୱ ଦେବା ଆଦି ସମସ୍ୟାକୁ ସମାଧାନ କରିବା ପାଇଁ ଜିଲ୍ଲପାଳ ନିଦେ୍ର୍ଦଶ ଦେଇଛନ୍ତି । ଆୟୋଜିତ ବୈଠକରେ ଜିଲ୍ଲାର ସମସ୍ତ ତହସିଲଦାର, ରାଜସ୍ୱ ଅଧିକାରୀ, ସୁପର ଭାଇଜର ପ୍ରମୁଖ ଉପସ୍ଥିତଥିଲେ ।