ତୁଳସୀ ମହିଳା କଲେଜରେ ଏନ୍ଏସ୍ଏସ୍ କାର୍ଯ୍ୟକ୍ରମ

କେନ୍ଦ୍ରାପଡା : ତୁଳସୀ ମହିଳା ମହାବିଦ୍ୟାଳୟ, କେନ୍ଦ୍ରାପଡ଼ାର ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀଙ୍କ ନିମନ୍ତେ ଆଭିମୁଖୀକରଣ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ମଥୁରି ଚରଣ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ , ଓଡିଶାର ଜାତୀୟ ସେବା ଯୋଜନା ସଂଯୋଜକ ଡ଼ ବିଶ୍ୱବମୋହନ ଜେନା ମୁଖ୍ୟ ଅତିଥିଭାବେ ଯୋଗଦେଇ ସ୍ୱେଚ୍ଛାସେବୀମାନଙ୍କୁ ଜାତୀୟ ସେବା ଯୋଜନାର ଲକ୍ଷ୍ୟ ଓ ଉପକାରିତା ସମ୍ପର୍କରେ ମତ ଉପସ୍ଥାପନ କରିଥିଲେ । ମହାବିଦ୍ୟାଳୟର ପ୍ରାଶାସନିକ ଅଧିକାରୀ ସବିତା ଦାସ ଓ ଜାତୀୟ ସେବା ଯୋଜନାର ଜିଲ୍ଲା କାର୍ଯ୍ୟକାରୀ ଅଧିକାରୀ ଡ଼ ପଦ୍ମଜା କବି ଶତପଥୀ ବ୍ୟକ୍ତିତ୍ୱ ବିକାଶରେ ଜାତୀୟ ସେବା ଯୋଜନାର ଭୂମିକା ଓ ଉପାଦେୟତା ସମ୍ପର୍କରେ ସ୍ୱେଚ୍ଛାସେବୀମାନଙ୍କୁ ଅବଗତ କରାଇଥିଲେ । +୩ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ବନ୍ୟା ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ଶେଷରେ +୨ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ପ୍ରଭାସିନୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଶତାଧିକ ସଂଖ୍ୟାରେ ସ୍ୱେଚ୍ଛାସେବୀମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରୀମାନଙ୍କ ଦ୍ୱାରା ସ୍ୱଚ୍ଛତା ଶପଥ ପାଠ କରାଯାଇଥିଲା ।