ମା’ କେନ୍ଦୁଖାଇ ଠାକୁରାଣୀଙ୍କ ମହାଯଜ୍ଞ

 କେନ୍ଦ୍ରାପଡା : କେନ୍ଦ୍ରାପଡା ସହରର ପ୍ରବେଶ ପଥ ଦୁହୁରିଆ ଠାରେ ଥିବା ମା’ କେନ୍ଦୁଖାଇ ଠାକୁରାଣୀଙ୍କ ପୀଠରେ ୨୪ତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି । ସପ୍ତାହ ବ୍ୟାପି ଏହି ଯଜ୍ଞ କାର୍ଯ୍ୟକ୍ରମରେ ଅଙ୍କୁରା ରୋପଣ, କଳସାଧିବାସ ଅଗ୍ନିସ୍ଥାପନ ସହ ପ୍ରତ୍ୟହ ଘୃତାହୂତି କରାଯାଉଛି । ଏହା ସହ ପ୍ରତ୍ୟହ ସଂନ୍ଧ୍ୟାରେ ଭଜନ ସମାରୋହ, ଲଉଡି ନୃତ୍ୟ, ପାଲା ପରିବେଷଣ ପ୍ରଭୃତି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ସୋମବାର ଯଜ୍ଞର ପୂର୍ଣ୍ଣାହୂତି କରାଯିବ । ମା’ କେନ୍ଦୁଖାଇ ବିଶ୍ୱଶାନ୍ତି ମହାଯଜ୍ଞ କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବହୁ ସ୍ଥାନୀୟ ଜନ ସାଧାରଣ ଓ ଶ୍ରଦ୍ଧାଳୁ ଅଂଶ ଗ୍ରହଣ କରିଥିଲେ ।