ମଦ ଜବତ, ୪ କୋର୍ଟ ଚାଲାଣ

 କେନ୍ଦ୍ରାପଡା : କେନ୍ଦ୍ରାପଡାର ବିଭିନ୍ନ ସ୍ଥାନରେ ଚୋରା ମଦ ବିକ୍ରି ହେଉଥିବାର ଅଭିଯୋଗ ପାଇବା ପରେ ଜିଲ୍ଲାପାଳଙ୍କ ନିଦେ୍ର୍ଦଶକ୍ରମେ  ବିଭିନ୍ନ ସ୍ଥାନରେ ଚଢାଉକରି ଚୋରା ମଦ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ରାଜନଗର ଥାନା କୁରୁଣ୍ଟି ଗ୍ରାମର ପ୍ରଦୀପ କୁମାର (ନରେନ୍ଦ୍ର), ଶୁଶାନ୍ତ ମଲ୍ଲିକ, ଶିଳ ପୋଖରୀର ଲକ୍ଷ୍ମୀବାଳା ମଣ୍ଡଳ ଓ ବଡନୈାକଣା ଗ୍ରାମର ସରୋଜ ଚନ୍ଦ୍ର ମହାନ୍ତିଙ୍କୁ ଗିରଫ କରି ଏମାନଙ୍କ ଠାରୁ ବ୍ୟାପକ ଚୋରାମଦ ଜବତ କରି କୋର୍ଟଚାଲାଣ କରାଯାଇଛି । ଏହି ଚଢାଉ ସମୟରେ ଅବକାରୀ ଅଧିକ୍ଷକ ବିପ୍ଲବ ଚରଣ ମଣ୍ଡଳ, ନିରୀକ୍ଷକ ପଦ୍ମ ଲୋଚନ ନାୟକ, ଉପନିରୀକ୍ଷକ ଛାୟାକାନ୍ତ ନାୟକଙ୍କ ସମେତ ଅନ୍ୟକର୍ମଚାରୀ ଉପସ୍ଥିତ ଥିଲେ ।