ଆତ୍ମ ସୁରକ୍ଷା ଶିବିର ଉଦ୍ୟାପିତ
କେନ୍ଦ୍ରାପଡା : କେନ୍ଦ୍ରାପଡା ସାଂଧ୍ୟ ମହାବିଦ୍ୟାଳୟ ରେ ବାଳିକା ଆତ୍ମ ସୁରକ୍ଷା ତାିମ ଶିବିର ଉଦ୍ୟାପିତ ହୋଇଯାଇଛି । ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡ଼ଃ ଆଦ୍ୟାରଶ୍ମି ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବାବେଳେ ବରିଷ୍ଠ ଅଧ୍ୟାପିକା ରୁକ୍ମଣୀ ସାହୁ ମୁଖ୍ୟବକ୍ତା ଓ ଡ଼ଃ ଗିରିଜାକାନ୍ତ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ତାଲିମ ଶିବିରରେ ଅଂଶ ଗ୍ରହଣ କରିଥିବା ସମସ୍ତ ଶିକ୍ଷା ନବିସ ମାନଙ୍କୁ ପ୍ରମାଣ ପତ୍ର ବଣ୍ଟନ କରିଥିଲେ । ପ୍ରଶିକ୍ଷଣଦାତ୍ରୀ ଇତିଶ୍ରୀ ପୃଷ୍ଟି ସପ୍ତାହ ବ୍ୟାପୀ +୩ ପ୍ରଥମ ବର୍ଷ ଛାତ୍ରୀଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ସ୍ମିତା ସୁଚରିତା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନେ ତାଲିମ ଶିବିର ପରିଚାଳନା ରେ ସହାୟତା କରିଥିଲେ ।