ଓଡ଼ିଶା ବ୍ରାହ୍ମଣ ମହାସଂଘ ବୈଠକ
ବାଣପୁର : ଓଡ଼ିଶା ବ୍ରାହ୍ମଣ ମହାସଂଘର ଏକ ବୈଠକ ବାଣପୁର ବ୍ଲକର ଗାଲୁଆ ଗୁପ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି । ଏଥିରେ ରାଜ୍ୟ ସଭାପତି ଦୁଃଶାସନ ଶତପଥୀ ସଭାପତିତ୍ୱ କରିଥିବା ବେଳେ, ମୁଖ୍ୟଅତିଥି ଭାବେ ନୃସିଂହ ପ୍ରସାଦ ମିଶ୍ର ଓ ପ୍ରଫେସର ଚାନ୍ଦ କିଶୋର ତ୍ରିପାଠୀ ରାଜ୍ୟ ସମ୍ପାଦକ ବାରିଜ କୁମାର ଆଚାର୍ଯ୍ୟ ସମ୍ମାନୀତଅତିଥି ଭାବେ ଯୋଗଦେଇଥିଲେ । ଦେଶ ତଥା ସମାଜର ମଙ୍ଗଳ ପାଇଁ ବ୍ରାହ୍ମଣ ସମାଜ କାର୍ଯ୍ୟ କରିବା ପାଇଁ ସଭାରେ ମତ ପ୍ରକାଶ ପାଇ ଥିବା ବେଳେ, ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ପଣ୍ଡିତ କମଳ ଦାସ, ସିମାଞ୍ଚଳ ଦାସ, ମହେଶ୍ୱର ଦାସ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ମୁଖ୍ୟଅତିଥି ନୃସିଂହ ପ୍ରସାଦ ମିଶ୍ରଙ୍କୁ ପଣ୍ଡିତ କର୍ମକାଣ୍ଡ ଜ୍ଞାନଚାର୍ଯ୍ୟ ଉପାଧି ପ୍ରଦାନ କରାଯିବା ସହ ପଣ୍ଡିତ କମଳ ଦାସ ସିମାଞ୍ଚଳ ଦାସ ଚାନ୍ଦ କିଶୋର ତ୍ରିପାଠୀ ପ୍ରମୁଖଙ୍କୁ ମାନପତ୍ର ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ଭର୍ଦ୍ଧିତ କରାଯାଇଥଲା । ଏଥିରେ ବାଣପୁର ବାଲୁଙ୍ଗା ଅଂଚଳ ସମେତ କେନ୍ଦୁଝର ଯାଜପୁର ବୁଗୁଡା କନ୍ଧମାଳ ଗଞ୍ଜାମରୁ ଶତାଧିକ ବ୍ରାହ୍ମଣ ଯୋଗଦେଇଥିଲେ ।