ଟଙ୍କା ଓ ସୁନା ଅଳଙ୍କାର ଚୋରି
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଦାଣ୍ଡକୂଳ ଗ୍ରାମର ଅଦୈତ ମହାନ୍ତିଙ୍କ ବାସଭବନରୁ ଗତ ରବିବାର ରାତ୍ରରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ସଂପୃକ୍ତ ପରିବାର ଲୋକେ ରାତ୍ର ୧୧.୩୦ମି.ରେ ଶୋଇଥିଲେ । କିଛି ସମୟ ମଧ୍ୟରେ ପରିବାରର ଜନୈକ ସଦସ୍ୟା ପୁରୀରୁ ଘରକୁ ଫେରିଥିଲେ । ରାତ୍ର ୨ଟା ବେଳେ ଘରେ କେହି ପଶି ଖୋଜାଖୋଜି କରୁଥିବା ଅଦୈତଙ୍କ ପତ୍ନୀ ଜାଣିବା ପରେ ଉଠି ଚିକôାର କରିଥିଲେ । ଅନ୍ୟ ଏକ କୋଠରୀରେ ଶୋଇଥିବା ଅଦୈତ ଆସି ଜଣେ ଅଜଣା ଲୋକକୁ ଦେଖି ଗୋଡାଇଥିଲେ । ମାତ୍ର ରାତ୍ର ଅନ୍ଧକାର ସୁଯୋଗ ନେଇ ଅଜଣା ବ୍ୟକ୍ତି ଖସିପଳାଇଥିଲା । ଘରଲୋକେ ବାକ୍ସ ନଥିବା ଦେଖିଥିଲେ । ସୋମବାର ପ୍ରତୁ୍ୟଷରେ ଗ୍ରାମଲୋକେ ନଦୀକୁ ଶୌଚ ପାଇଁ ଯାଇ ଖୋଲା ଥିବା ବାକ୍ସ ଓ କାଗଜପତ୍ର ପାଣିରେ ଭାସୁଥିବା ଦେଖି ଘରଲୋକଙ୍କୁ ଖବର ଦେଇଥିଲେ । ସକାଳେ ଅଦୈତ ଥାନାରେ ଚୋରି ଅଭିଯୋଗ କରିଥିଲେ । ବାକ୍ସରେ ଥିବା ନଗଦ ୨୦ ହଜାର ଟଙ୍କା, ସୁନା କାନଫୁଲ ୨ଟା, ମଙ୍ଗଳସୂତ୍ର ଗୋଟିଏ, ସୁନା ଚେନ ଗୋଟିଏ, ମୁଦି ୨ଟା ଓ ରୂପା ପାଉଁଜି ୩ ହଳ ସହ ଆଧାରକାର୍ଡ, ଜମିବାଡି କାଗଜପତ୍ର, ବ୍ୟାଙ୍କ ପାସବହି, ଏ.ଟି.ଏମ. ଆଦି ଚୋରି କରିନେଇଥିବା ଅଭିଯୋଗରେ ଦର୍ଶାଇଥିଲେ । ଏହି ଅଭିଯୋଗ ଆଧାରରେ ଥାନାରେ ୩୫୦/୨୫ନଂ ମାମଲା ଋଜୁ ହୋଇଛି ।