ପ୍ରତିଭା ସମ୍ମାନ ସମାରୋହ

ନୀଳଗିରି: ଚଳିତ ବର୍ଷ ମେଟ୍ରିକ୍ ପରୀକ୍ଷାରେ ୯୦ପ୍ରତିଶତ ରଖିଥିବା ୧୪ଜଣ ଏ୧ଛାତ୍ରଛାତ୍ରୀଙ୍କୁ ନିର୍ବାଚନୀ ମଣ୍ଡଳୀସ୍ତରୀୟ ପ୍ରତିଭା ସମ୍ମାନ ପୁରସ୍କାର ପ୍ରଦାନ କରାଯାଇଛି । ନୀଳଗିରି ଏନ୍ଏସି କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ପ୍ରତିଭା ସମ୍ମାନ ପୁରସ୍କାର ପ୍ରଦାନ ସମାରୋହରେ ମୁଖ୍ୟଅତିଥି ଭାବେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଉପସ୍ଥିତ ରହି ଏପରି ଆୟୋଜନ କରିଥିବା ଆୟୋଜୋନକରୀଙ୍କୁ ସାଧୁବାଦ୍ ଜଣାଇଥିଲେ । ଉପସ୍ଥିତ ଥିବା ଅଭିଭାବକ, ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କଲେ ଉତ୍ତମ ଛାତ୍ରଛାତ୍ରୀ ତିଆରି କରିପାରିବେ ବୋଲି ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ନୀଳଗିରି ତହସିଲଦାର ସୋନମ୍ ଦାସ, ଔପଦା ବିଡ଼ିଓ ସୁଶ୍ରୀ ସ୍ୱାସ୍ୱତି ସାଧୁଆଳ, ଔପଦା ବିଇଓ ନାରାୟଣ ପ୍ରସାଦ ଦାସ, ନୀଳଗିରି ବିଇଓ ଭୀମସେନ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି  ସମାରୋହରେ ନୀଳଗିରି ବ୍ଲକରୁ ୯ଜଣ, ଔପଦା ବ୍ଲକରୁ ୩ଜଣ, ବାହାନଗା ବ୍ଲକରୁ ୨ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।