ପ୍ରେସ୍ କ୍ଲବ ପକ୍ଷରୁ ଜଳସେବା
ଯାଜପୁରଟାଉନ : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଜିଲା ପ୍ରେସ୍ କ୍ଲବ ପକ୍ଷରୁ ଜଳ ସେବା କାର୍ଯ୍ୟକ୍ରମ କରାଯାଇଥିଲା । କାର୍ଯ୍ୟକ୍ରମକୁ ଯାଜପୁର ଥାନାଧିକାରୀ ଦାୟିତ୍ୱରେ ଡିଏସ୍ପି ଶରତ ଚନ୍ଦ୍ର ପାତ୍ର ଉଦ୍ଘାଟନ କରି ପଥିକଙ୍କୁ ଜଳ ସେବନ କରାଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଅଜୟ ରାଉଳ, ସାଧାରଣ ସମ୍ପାଦକ ତରୁଣ ନନ୍ଦ, ସଦସ୍ୟ ବିରଜା ପ୍ରସାଦ ପାଣି, ଦେବେନ୍ଦ୍ର ପାଢ଼ୀ, ବିଭୂତି ଭୂଷଣ ଖଣ୍ଡେଇ, ସଞ୍ଜୟ କର, ଶିବନ କର, ସନ୍ତୋଷ ମିଶ୍ର, ତାପସ ପାଲ୍, ମନୀଷା ରାଉତ, ଅଜୟ ମିଶ୍ର, ଏସ୍କେ ସାଜିଦ ଅଲ୍ଲୀ, ସଞ୍ଜିବ ଜେନା, ସ୍ନେହାଶିଷ ଚାଉପଟ୍ଟନାୟକ ପ୍ରମୁଖ ଉପସ୍ଥିତି ଥିଲେ ।