ପୁରୀ ସହରରେ ପୁଣି ନିର୍ମମ ହତ୍ୟା
ପୁରୀରେ ପୁଣି ଗଡ଼ିଲା ମୁଣ୍ଡ । ପୁରୀ ଦାଶଗୋବା ଗାଁରେ ଜଣେ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଦାଶଗୋବା ଗାଁର ନାରାୟଣ ମଲ୍ଲିକ ବୋଲି ଜଣାପଡିଛି । ପୋଲିସ ଘଟଣାରେ ଦୁଇ ଜଣଙ୍କ ଅଟକ ରଖି ପଚରାଉଚରା କରୁଛି । ଖବର ଅନୁଯାୟୀ, ମଙ୍ଗଳବାର ଦିନ ପୁରୀ ଜିଲ୍ଲା ଦାଶଗୋବା ଗାଁରେ ଜଣେ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଦାଶଗୋବା ଗାଁର ନାରାୟଣ ମଲ୍ଲିକଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ତେବେ ବର୍ତ୍ତମାନ ଯାଏଁ ହତ୍ୟାକାଣ୍ଡ ସଠିକ କାରଣ ଜଣାପଡିନଥିବା ବେଳେ ପୋଲିସ ଘଟଣାର ଛାନ୍ଭିନ୍ ଜାରି ରଖିଛି। ସେହିପରି ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହାସହ ସାଇଣ୍ଟିଫିକ୍ ଟିମ୍କୁ ମଧ୍ୟ ଡକାଇଛି । ସାଇଣ୍ଟିଫିକ୍ ଟିମ୍ର ରିପୋର୍ଟ ଏବଂ ପ୍ରାଥମିକ ତଦନ୍ତ ରିପୋର୍ଟକୁ ଆଧାର କରି ଆଗକୁ ତଦନ୍ତ ବଢିବ ବୋଲି ପୋଲିସ କହିଛି ।ସେହିପରି ଏହି ହତ୍ୟା ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।