କେମିତି ଶ୍ରୀମନ୍ଦିର ଭିତରେ ପଶୁଛି ହିଡେନ୍‌ କ୍ୟାମେରା ? 

କେମିତି ଶ୍ରୀମନ୍ଦିର ଭିତରେ ପଶୁଛି ହିଡେନ୍‌ କ୍ୟାମେରା ? 


 ଶ୍ରୀମନ୍ଦିରରେ ପୁଣି ହିଡେନ୍‌ କ୍ୟାମେରା  । ପଶ୍ଚିମଦ୍ୱାର ଦେଇ ଭିତରକୁ କ୍ୟାମେରା ସହ ପ୍ରବେଶ  କରିଛନ୍ତି ଜଣେ ଯୁବକ । ପୋଲିସ ପ୍ରଶାସନ କ୍ୟାମେରାକୁ ଜବତ କରିବା ସହ ଯୁବକଙ୍କୁ ସିଂହଦ୍ୱାରା ଥାନାରେ ଅଟକ ରଖିଛି ।  
ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି ? ହଁ ଆଜ୍ଞା, କେତେ ସୁରକ୍ଷିତ ଆମ ମହାପ୍ରଭୁ? ତେବେ ମହାପ୍ରଭୁଙ୍କ ଶ୍ରୀମନ୍ଦିର ମଧ୍ୟରେ  ଫଟୋ ଉତ୍ତୋଳନ କରିବା ଦଣ୍ଡନୀୟ ଅପରାଧ ବୋଲି ମନ୍ଦିରର କାନ୍ଥର ସ୍ଥାନେ ସ୍ଥାନେ ଲେଖା ମଧ୍ୟ ହୋଇଛି । ହେଲେ ଏସବୁକୁ ଖାତିର ନକରି ଜଣକ ପରେ ଜଣେ ଏଭଳି ଭୁଲ୍‌ କରୁଛନ୍ତି । 
 ତେବେ ପ୍ରଶ୍ନ ଉଠିଛି ଏତେ କଡା ଚେକିଂ, ମାଳମାଳ ପୋଲିସ୍‌ ଛାଉଣୀ ପରେ ଏଭଳି ଦୁଃସାହସ କରିବାକୁ କେମିତି ପଛାଉ ନାହାଁନ୍ତି ସାଧାରଣ ଲୋକେ ?  ଗତ କିଛି ଦିନ ହେଲା ଶ୍ରୀମନ୍ଦିରରୁ ତିନୋଟି ହିଡେନ୍‌ କ୍ୟାମେରା ଜବତ ହେଲାଣି ।   ଜଣେ ଯୁବକ  ନିଜ ଚଷମାରେ ହିଡେନ୍‌ କ୍ୟାମେରା ଫିଟ୍‌ କରି ମୋବାଇଲକୁ ଫଟୋ ଭିଡିଓ ସବୁ ନେଉଥିଲେ ।  ତେବେ ଏହି ଘଟଣାର କେଇଦିନ ପରେ ଆଉ ଏକ ମାମଲା ସାମ୍ନାକୁ ଆସିଛି  । ଗୁଜୁରାଟ ସୁରତର ଜଣେ ଯୁବକ ଶ୍ରୀମନ୍ଦିର ମଧ୍ୟରେ ଚଷମାରେ ହିଡେନ କ୍ୟାମେରା ଲଗାଇ ପ୍ରବେଶ କରିଥିଲେ  ।  ତାଙ୍କୁ ମଧ୍ୟ ସିଂହଦ୍ୱାର ଥାନାରେ ଅଟକ ରଖିଛି ପୋଲିସ  । ହେଲେ ପୁଣି ଆଉ ଥରେ ଏଭଳି ଘଟିଛି ।  ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାରା ଦେଇ ଜଣେ ଯୁବକ ହିଡେନ୍‌ କ୍ୟାମେରା ସହ ଶ୍ରୀମନ୍ଦିରକୁ ପ୍ରବେଶ କରୁଥିଲେ  । ଯୁବକଙ୍କୁ ଅଟକ ରଖି ଜେରା କରୁଛି ପୋଲିସ୍‌ । ଅଟକ ଯୁବକ ହେଉଛନ୍ତି  ପଶ୍ଚିମବଙ୍ଗର ।    ସେପଟେ ବାରମ୍ବାର ଶ୍ରୀମନ୍ଦିର ଭିତରକୁ ହିଡେନ୍‌ କ୍ୟାମେରା ଯିବା ପରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶ୍ରୀମନ୍ଦିର ସୁରକ୍ଷା ସତରେ ଢିଲା କି? ଏମାନଙ୍କୁ ନେଇ ଦଣ୍ଡବିଧାନ କେବେ ହେବ? ଆଇନମନ୍ତ୍ରୀଙ୍କ ପଦକ୍ଷେପ କଣ ରହିବ ତାହା ଦେଖିବାକୁ ବାକି ରହିଲା ।