ଭାରସାମ୍ୟ ହରାଇ ଓଲଟିଲା କାର : ଜଣେ ମୃତ, ୫ ଗୁରୁତର
ଟ୍ରଫି ଜିତି ଘରକୁ ଫେରୁଥିଲେ । ସ୍କୁଲ, ଜିଲ୍ଲା ପାଇଁ ଗୌରବ ଆଣିଥିଲେ । କିନ୍ତୁ ବେଶୀ ସମୟ ତିଷ୍ଟିପାରିଲନି ଖୁସି। ଖୋଖୋ ଖେଳରେ ରାଜ୍ୟ ଚାମ୍ପିୟନ ହେବା ପରେ ଘରକୁ ଫେରିଥିଲେ ଡିଏଭି ସ୍କୁଲର ଛାତ୍ର ଓ ଅନ୍ୟ କିଛି ଖେଳାଳି । ବାଲେଶ୍ବରରୁ ଝାରସୁଗୁଡାରେ ପହଞ୍ଚିବା ପରେ ଷ୍ଟେସନରୁ ଘରକୁ ଫେରୁଥିବା ସମୟରେ ରାସ୍ତାରେ ଜଗିଥିଲା ଯମ । ଝାରସୁଗୁଡା ସରବହାଲ ନିକଟରେ କାର ଭାରସାମ୍ୟ ହରାଇ ଓଲଟିପଡିବାରୁ ଦୁର୍ଘଟଣାର ଶିକାର ହୋଇଥିଲା ।
ଦୁର୍ଘଟଣାରେ କ୍ରିଷ୍ଣା ଯାଦବଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୫ଜଣ ଗମ୍ଭୀରଭାବେ ଆହତ ହୋଇଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆହତମାନଙ୍କ ଚିକିତ୍ସା ଚାଲିଛି । ତେବେ ଗୁରୁତରଙ୍କ ମଧ୍ୟରେ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି । ଆହତମାନେ ହେଲେ ବଡମାଳ କ୍ୟାମ୍ପ ପଡ଼ାର ମାନସ ସିଂ, ଚନ୍ଦନ ବାଦୀ, ଆଦିତ୍ୟ ତାଜନ, ଅମର ଯାଦବ, ଅମିତ ଓରାମ । ଝାରସୁଗୁଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।