ମୁସଲିମ ଜମାତରେ

ପୁରୁଣାବଜାର ସ୍ଥିତ ମଦିନା ମଇଦାନ ଠାରେ ଭଦ୍ରକ ମୁସଲମ ଜମାତ ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି  । ମୁଖ୍ୟଅତିଥି ଭଦ୍ରକ ମୁସଲିମ ଜମାତର ସାଧାରଣ ସମ୍ପାଦକ ହାଜୀ ସେକ ଏନାମ ମହମ୍ମଦ ପତାକା ଉତ୍ତୋଳନ କରିଥିଲେ । ମୁସଲିମ ଜମାତର ଉପ ସଭାପତି ମହମ୍ମଦ ଜକାଉଲ୍ଲା, ସମ୍ପାଦକ ହାଜୀ ଅବଦୁଲ ମୁକିତ ଖାନ, ସମ୍ପାଦକ, ଏସ.ଏମ. ଫାରୁକ, ହାଜୀ କାସିମ ଖାଁ,  ଇଂ. ମନାୱର ହୋସେନ, ଇଂ ରେଜାଏ ରସୁଲ, ଜମିଲ ଅଖତର ଖାନ, ମିର୍ଜା ଏକ୍ରାମ ବେଗ, ଅଖତର ଅଲି ଖାନ, ମିଡିଆ ସେଲ ସଂଯୋଜକ ସେଖ ଅନୱର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।